www.samajalive.in
Wednesday, December 10, 2025
26.1 C
Bhubaneswar

ରାଜନୈତିକ ଦଳଙ୍କୁ ଆରଟିଆଇ ଅନ୍ତର୍ଭୁକ୍ତ କରାଯାଉ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ ପାଇଁ ଆବେଦନ ପୂର୍ବକ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ତଥା ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟ ଏହି ଆବେଦନରେ ଦେଶର ସମସ୍ତ ସ୍ବୀକୃତ ରାଜନୈତିକ ଦଳଙ୍କୁ ‘ପବ୍ଲିକ ଅଥରିଟି’ ଭାବେ ଗ୍ରହଣ କରାଯିବାକୁ ଦାବି କରିଛନ୍ତି। ସୂଚନା ଅଧିକାର ଆଇନର ଧାରା-୨(ଏଚ୍‌) ଓ ସମ୍ବିଧାନର ଦଶମ ଅନୁଚ୍ଛେଦ ଓ ଜନ ପ୍ରତିନଧି ଆଇନର ଧାରା- ୨୯(କ, ଖ, ଗ) ଅନୁସାରେ ଦଳଗୁଡ଼ିକୁ ‘ପବ୍ଲିକ ଅଥରିଟି’ ଭାବେ ଘୋଷଣା କରାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି। ଦଳଗୁଡ଼ିକ ଟିକସ ରିଆତି ପାଉଥିବାରୁ ଏହା ଅପରିହାର୍ୟ୍ୟ ବୋଲି ତାଙ୍କର ଯୁକ୍ତି। ଏଥିସହିତ ଜନ ପ୍ରତିନିଧି ଆଇନର ଧାରା-୨୯(ସି) ଅନୁସାରେ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ କ୍ଷେତ୍ରରୁ ଦାନ ବା ସହାୟତା ଆକାରରେ ଯେଉଁ ଅର୍ଥ ପାଉଛନ୍ତି ସେ ସମ୍ପର୍କରେ ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ ପାଇଁ ନିର୍ଦେଶ ଦେବାକୁ ସେ ଆବେଦନ କରିଛନ୍ତି। ସବୁ ଦଳ ୪ ସପ୍ତାହରେ ସୂଚନା ଅଧିକାରୀ ନିଯୁକ୍ତ କରିବାକୁ ସେ ଦାବି କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories