www.samajalive.in
Monday, December 8, 2025
24.1 C
Bhubaneswar

ଅନନ୍ତ ପ୍ରତାପ ଦେଓ ସବୁଠାରୁ ଧନୀ ନେତା

ଭୁବନେଶ୍ୱର: ପ୍ରଥମ ପର୍ୟ୍ୟାୟରେ ଚାରିଟି ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ୨୬ ପ୍ରାର୍ଥୀଙ୍କ ଭିତରୁ ବିଜେପିରେ ସର୍ବାଧିକ କୋଟିପତି ନେତା ଅଛନ୍ତି। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ଭିତରେ ବିଜେଡି ଆଗୁଆ ରହିଛି। ବିଧାନସଭା ପ୍ରାର୍ଥୀଙ୍କ ଭିତରେ ବିଜେପି ଟିକଟରେ ଧର୍ମଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଅନନ୍ତ ପ୍ରତାପ ଦେଓ ସବୁଠାରୁ ଧନୀ ନେତା ଥିବା ବେଳେ ଲୋକସଭା ପ୍ରାର୍ଥୀଙ୍କ ଭିତରେ କଂଗ୍ରେସ୍‌ ଦଳର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡ଼ୁଙ୍କ ସମ୍ପତ୍ତି ସବୁଠାରୁ ଅଧିକ। ଅନନ୍ତ ନିଜର ମୋଟ ସମ୍ପତ୍ତି ୨୭ କୋଟି ୬୬ ଲକ୍ଷ ୮୬ ହଜାର ୯୫୫ ଘୋଷଣା କରିଛନ୍ତି। ସେହିପରି ନାଇଡ଼ୁଙ୍କ ସମ୍ପତ୍ତି ୩୬ କୋଟି ଟଙ୍କା। ତେବେ ଦୁଇଜଣ ବିଧାନସଭା ପ୍ରାର୍ଥୀ ଏପରି ଅଛନ୍ତି ଯାହାଙ୍କର ଆଦୌ କିଛି ସମ୍ପତ୍ତି ନାହିଁ। ଗୋପାଳପୁର ଆସନରୁ ସ୍ବାଧୀନ ପ୍ରାର୍ଥୀ ବିଶ୍ବ ବିହାରୀ ବିଶୋଇ ଏବଂ ନୂଆପଡ଼ା ଆସନରୁ ସ୍ବାଧୀନ ପ୍ରାର୍ଥୀ ଲୋଚନ ସିଂହ ମାଝୀଙ୍କ ପାଖରେ ୧ ଟଙ୍କାର ସମ୍ପତ୍ତି ବି ନାହିଁ।

ଓଡ଼ିଶା ଇଲେକ୍ସନ୍ ୱାଚ୍ ଏବଂ ଏଡିଆର ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ୧୯୧ ଜଣ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୭ (୪%) ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ। ସେହିପରି ୨୧ ପ୍ରାର୍ଥୀ (୧୧%)ଙ୍କର ୨ରୁ ୫ କୋଟି ଟଙ୍କା ମଧ୍ୟରେ ସମ୍ପତ୍ତି ରହିଛି। ୩୮ ଜଣଙ୍କ ସମ୍ପତ୍ତି ୫୦ ଲକ୍ଷରୁ ୨ କୋଟି ମଧ୍ୟରେ ଅଛି ବୋଲି ସେମାନଙ୍କ ସତ୍ୟପାଠରୁ ଜଣାଯାଇଛି। ଧନୀ ବିଧାୟକ ପ୍ରାର୍ଥୀ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ବ୍ରହ୍ମପୁର ବିଧାନସଭା ଆସନରୁ କଂଗ୍ରେସ୍‌ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀଙ୍କ ସମ୍ପତ୍ତି ୧୭ କୋଟି ୭୧ ଲକ୍ଷ ଟଙ୍କା ହୋଇଥିବା ବେଳେ ତୃତୀୟ ସ୍ଥାନରେ ଥିବା ଦିଗପହଣ୍ଡିରୁ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର ନିଜର ମୋଟ ସମ୍ପତ୍ତି ୧୬ କୋଟି ୬୮ ଲକ୍ଷ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ୧୯୧ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରେ ସର୍ବାଧିକ ୧୭ ଜଣ (୬୧%), କଂଗ୍ରେସର ୧୪ ଜଣ (୫୨%), ବିଜେପିର ୧୧ ଜଣ (୩୯%) ଏବଂ ବିଏସ୍‌ପିର ୨ ଜଣ (୯%) ପ୍ରାର୍ଥୀ କୋଟିପତି। ଅପରପକ୍ଷେ ୪ଟି ଲୋକସଭା ଆସନ ପାଇଁ କୋଟିପତି ନେତାଙ୍କୁ ଟିକଟ ଦେବାରେ ବିଜେପି, କଂଗ୍ରେସ୍‌ ଓ ବିଜେଡି ସମାନ ସ୍ଥିତିରେ ଅଛନ୍ତି। ଏହି ତିନି ପ୍ରମୁଖ ଦଳ ୪ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ କୋଟିପତି ନେତା ଅଛନ୍ତି।

- Advertisement -

ଭି ଚନ୍ଦ୍ରଶେଖର ନାଇଡ଼ୁଙ୍କ ସମ୍ପତ୍ତି ୩୬ କୋଟିରୁ ଅଧିକ ହୋଇଥିବା ବେଳେ ବିଜେପିର ନବରଙ୍ଗପୁର ପ୍ରାର୍ଥୀ ବଳଭଦ୍ର ମାଝୀଙ୍କର ୮.୭୪ କୋଟି ଏବଂ କୋରାପୁଟ ଆସନରୁ ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗୀ ୪.୧୯ କୋଟି ଟଙ୍କାର ସମ୍ପତ୍ତି ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ତେବେ କୋରାପୁଟ ଆସନରୁ ସିପିଆଇ (ଏମ୍‌ଏଲ୍‌) ଟିକଟରେ ନିର୍ବାଚନ ଲଢ଼ୁଥିବା ରାଜେନ୍ଦ୍ର କେନ୍ଦ୍ରୁକାଙ୍କ ପାଖରେ ମାତ୍ର ୫୬୫ ଟଙ୍କାର ସମ୍ପତ୍ତି ରହିଛି। ଅ​‌େ​‌ନେକ ନେତା ଏପରି ଅଛନ୍ତି ଯାହାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ଋଣ ରହିଛି। କଳାହାଣ୍ଡି ଲୋକସଭା ଆସନରୁ କଂଗ୍ରେସ୍ ପ୍ରାର୍ଥୀ ଭକ୍ତ ଚରଣ ଦାସ ନିଜର ସମ୍ପତ୍ତି ୧.୬୧ କୋଟି ଟଙ୍କା ଦର୍ଶାଇ ଥିବା ବେଳେ ସେ ୮୦ ଲକ୍ଷ ଟଙ୍କାର ଋଣ ନେଇଛନ୍ତି। ସେହିପରି ଜୟରାମ ପାଙ୍ଗୀ ୪୨ ଲକ୍ଷ ଟଙ୍କା, ବଳଭଦ୍ର ମାଝୀ ୨୬ ଲକ୍ଷ ଟଙ୍କା, ବ୍ରହ୍ମପୁରରୁ ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ୧୬.୫୦ ଲକ୍ଷ ଟଙ୍କା, କୋରାପୁଟରୁ ସ୍ବାଧୀନ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ୧୨ ଲକ୍ଷ ଟଙ୍କା, ନବରଙ୍ଗପୁରର ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ୭ ଲକ୍ଷ ଟଙ୍କା, କଳାହାଣ୍ଡି ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ୪ ଲକ୍ଷ ଟଙ୍କା ଋଣ ନେଇଛନ୍ତି। କଂଗ୍ରେସ୍‌ ଟିକଟରେ ଗଜପତି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ପାଖରେ ୭ କୋଟି ୭୪ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ନିଜ ସତ୍ୟପାଠରେ ଜଣାଇଛନ୍ତି। ୪ ଜଣ ବିଧାନସଭା ପ୍ରାର୍ଥୀଙ୍କର ଆୟ ୧ କୋଟି ଟଙ୍କାରୁ ଅଧିକ ହୋଇଥିଲେ ବି ସେମାନେ ଆୟକର ଦାଖଲ କରି ନାହାନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories