www.samajalive.in
Friday, December 12, 2025
27.1 C
Bhubaneswar

ପାକିସ୍ତାନରେ ବଳାତ୍କାରୀଙ୍କୁ ନପୁଂସକ କରାଯିବ

ଇସଲାମାବାଦ : ପାକିସ୍ତାନରେ ଏଣିକି ବଳାତ୍କାରୀଙ୍କୁ ନପୁଂସକ କରାଯିବା ଭଳି କଠୋର ଦଣ୍ଡ ଦିଆଯିବ। ଏ ସଂକ୍ରାନ୍ତ ଦୁଇଟି ଅଧ୍ୟାଦେଶକୁ ଇମ୍ରାନ ଖାଁଙ୍କ ଫେଡେରାଲ କ୍ୟାବିନେଟ୍‌ ମଞ୍ଜୁର କରିଛି। ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁଯାୟୀ, ପୀଡ଼ିତାଙ୍କ ଅନୁମତିକ୍ରମେ ରାସାୟନିକ ଉପାୟରେ ବଳାତ୍କାରୀଙ୍କ ଯୌନ କ୍ଷମତା ହ୍ରାସ କରାଯିବ ଓ ଆବଶ୍ୟକସ୍ଥଳେ ଫାଶୀ ଦଣ୍ଡ ଦିଆଯିବ କିମ୍ବା ଆଜୀବନ ତଥା ୨୫ବର୍ଷ କାରାଦଣ୍ଡ ଦିଆଯିବ। ଏଥିସହିତ ବଳାତ୍କାର ଓ ଯୌନ ନିର୍ଯାତନା ଭଳି ମାମଲାର ଶୀଘ୍ର ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ। ପୁଲିସ ବ୍ୟବସ୍ଥାରେ ମହିଳାଙ୍କ ଭୂମିକା ବୃଦ୍ଧି ଓ ସାକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି। ଇମ୍ରାନଙ୍କ କହିବାନୁଯାୟୀ, ଏଭଳି ଅପରାଧକୁ ବରଦାସ୍ତ କରାଯିବ ନାହିଁ। ବଳାତ୍କାରର ଶିକାର ହେଉଥିବା ମହିଳାମାନେ ଯେମିତି ନିର୍ବିଘ୍ନରେ ଅଭିଯୋଗ ପଞ୍ଜୀକରଣ କରିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଅତ୍ୟାଧୁନିକ ଉପାୟରେ ମାମଲାର ତଦନ୍ତ ସହ କ୍ୟାମେରା ସମ୍ମୁଖରେ ମାମଲାର ବିଚାର କରାଯିବ। ସରକାର ସେମାନଙ୍କର ପରିଚୟ ଗୋପନୀୟ ରଖିବେ। ଏହି ଅଧ୍ୟାଦେଶକୁ ଖୁବ ଶୀଘ୍ର ନ୍ୟାସନାଲ ଆସେମ୍ବ୍ଲିରେ ଗୃହୀତ କରାଯିବ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories