www.samajalive.in
Friday, December 12, 2025
26.1 C
Bhubaneswar

ଅର୍ଣ୍ଣବଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ୨୦୧୮ରେ ଇଣ୍ଟେରିୟର ଡିଜାଇନର ଅନ୍ବୟ ନାଏକ ଓ ତାଙ୍କ ମାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମୁମ୍ବଇ ପୁଲିସ ଅର୍ଣ୍ଣବ ଓ ଅନ୍ୟ ଦୁଇଜଣ ଏନ ସାରଦା ଓ ଫିରୋଜ ମହମ୍ମଦ ଶେଖଙ୍କୁ ଗିରଫ କରିଥିଲା। ନଭେମ୍ବର ୧୧ରେ ସୁପ୍ରିମକୋର୍ଟ ସମସ୍ତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବାବେଳେ ଏହାର ଅବଧିକୁ ବୃଦ୍ଧି କରିଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ବମ୍ବେ ହାଇକୋର୍ଟ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି ଶେଷ କରିବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ବଳବତ୍ତର ରହିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ କାହାକୁ ନିର୍ଯାତନା ଦେବା ଲାଗି ଫୌଜଦାରୀ ଆଇନ ଯେପରି ଅସ୍ତ୍ର ରୂପେ ବ୍ୟବହାର ନ ହୁଏ ତାକୁ ନ୍ୟାୟପାଳିକା ରୋକିବା ଦରକାର। ଅର୍ଣ୍ଣବଙ୍କ ବିରୋଧରେ ମୁମ୍ବଇ ପୁଲିସ ଯେଉଁ ଏଫଆଇଆର ଦାୟର କରିଛି ଯେଥିରେ କୌଣସି ଅଭିଯୋଗ ଆରୋପ କରାଯାଇ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି କାହାର ବ୍ୟକ୍ତିଗତ ସ୍ୱାଧୀନତା ଉଲ୍ଲଙ୍ଘନ ହୋଇଛି, ତେବେ ସେ ନ୍ୟାୟ ପାଇଁ ଯୋଗ୍ୟ। ସେମାନଙ୍କ ପାଇଁ କୋର୍ଟର ଦ୍ୱାର ବନ୍ଦ ହୋଇପାରିବ ନାହିଁ। ଗୋଟିଏ ଦିନ ପାଇଁ ବି କାହାର ବ୍ୟକ୍ତିଗତ ସ୍ୱାଧୀନତା ଛଡ଼ାଇ ନେବା ଭୁଲ୍ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ବମ୍ବେ ହାଇକୋର୍ଟ ଧାରା ୪୮୨ ଆଧାରରେ ନିଜ କ୍ଷମତାର ଅନୁପାଳନ କରିବା ଦରକାର ଥିଲା। ହେଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାରେ କୋର୍ଟ ଧାରା ୪୮୨ରେ ନିଜର କ୍ଷମତା ଜାହିର କରିବାରେ ବିଫଳ ହୋଇଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories