www.samajalive.in
Wednesday, December 10, 2025
18.1 C
Bhubaneswar

ନବ ନିଯୁକ୍ତ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ସମ୍ବର୍ଦ୍ଧିତ କଲା ପାଇକ ମହାସଂଘ

ଭୁବନେଶ୍ୱର : ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ନବନିଯୁକ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗଡ଼ ଖୋର୍ଦ୍ଧାଠାରେ ଥିବା ପଞ୍ଚ ମହାରଥି ପାଇକଙ୍କ ପ୍ରତିମୂର୍ତ୍ତି ପାଖରେ ବୀର ବାଦ୍ୟର ତାଳେତାଳେ, ପାଇକର ଖଣ୍ଡା ତରବାରୀ, ଢାଲ ସମରକଳା ମାଧ୍ୟମରେ ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ପ୍ରଥମେ ସ୍ୱାଗତ କରାଯାଇଥିଲା। ପଞ୍ଚ ମହାରଥି ପାଇକଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ, ଉପଢ଼ୌକନ ଓ ତରବାରୀ ପ୍ରଦାନ କରିଥିଲେ। ରାଜ୍ୟ ସଂଯୋଜକ କେଦାର ଦାସ, ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ପାଇକ ପଗଡ଼ି ପ୍ରଦାନ କରିଥିଲେ ଓ ସାମରିକ ଅଭିନନ୍ଦନ ଜ୍ଞାପନ କରିଥିଲେ। ପାଇକ ଏକାଡ଼େମୀ ଓ ପାଇକ ସ୍ମାରକୀର ଅଗ୍ରଗତି ଉପରେ ମନ୍ତ୍ରୀଙ୍କ ସହିତ ମହାସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାସଂଘ ପକ୍ଷରୁ ଗୁରୁ ଭାସ୍କର ସୁନ୍ଦରାୟ, ବାଣପୁର ଚିଲିକା ପାଇକ ସଂଘ ସମ୍ପାଦକ ବିଜୟ ବେହେରା, ଉପଦେଷ୍ଠା ଶଶାଙ୍କ ଶେଖର ଚୁଡ଼ାମଣି, ବିଜୟ କୁମାର ଆଇଚ, କଣାସ ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ପାଇକଗୁରୁ ସୁକାନ୍ତ ଷଣ୍ଢ, ଅନିଲ କୁମାର ପାଲଟାସିଂହ, ପ୍ରସନ୍ନ କୁମାର ପାଇକରାୟ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ପାଇକ ଆଖଡ଼ା ଅନୁଷ୍ଠିତ ହୋଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories