www.samajalive.in
Wednesday, December 10, 2025
23.1 C
Bhubaneswar

ଉଲ୍ଲେଖନୀୟ ଅବଦାନ ପାଇଁ ଡି. ପ୍ରକାଶ, ଦୈତାରୀ ଓ କମଳାଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍ ଶନିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସମାରୋହରେ ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ସେମାନେ ହେଉଛନ୍ତି କେନ୍ଦୁଝରର ଦୈତାରୀ ନାୟକ, କୋରାପୁଟ ଜିଲ୍ଲାର କମଳା ପୂଜାରୀ ଏବଂ କଟକର ଡି. ପ୍ରକାଶ ରାଓ।

ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦୁଝରର ଦୈତାରୀ ନାୟକଙ୍କୁ ପୁରସ୍କୃତ କରାଯାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳବୈତରଣୀ ଗାଁର ଚାଷୀ ୭୫ ବର୍ଷୀୟ ଦୈତାରୀ ପାହାଡ଼ କାଟି କ୍ଷେତକୁ ପାଣି ଯୋଗାଇବାରେ ସଫଳ ହୋଇଥିଲେ। ଜଳସେଚନ ଅଭାବରୁ ସେହି ଅଞ୍ଚଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଥଲା ତେଣୁ ସେ ଗୋନାଶିକା ପର୍ବତରୁ ଏକ କେନାଲ ଖୋଳି ଜଳସେଚନର ସୁବିଧା କରାଇଥିଲେ। ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା।

- Advertisement -

କୋରାପୁଟର କମଳା ପୂଜାରୀଙ୍କୁ କୃଷି କ୍ଷେତ୍ରରେ ଅବଦାନ ଲାଗି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଦିନେ କେହି ବିଶ୍ୱ କରି ନଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କମଳା ପୂଜାରୀଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ମନୋନୀତ କରିବେ। କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରେ କମଳା ପୂଜାରୀ ଜୈବିକ କୃଷିକୁ ଆପଣେଇଥିଲେ ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରବର୍ତ୍ତାଇ ପାରିଥିଲେ।

୬୧ ବର୍ଷୀୟ କଟକର ଡି. ପ୍ରକାଶ ରାଓ ଚା’ ଦୋକନ କରି ପରିବାର ଚଳାନ୍ତି। ମାତ୍ର ୬ ବର୍ଷ ବୟସରୁ ନିଜ ବାପାଙ୍କୁ ଚା ଦୋକାନ ଚଳାଇବାରେ ସାହାଯ୍ୟ କରୁଥିବା ଡି. ପ୍ରକାଶ କିନ୍ତୁ ଜାଣିନଥିଲେ ଯେ ସେହି ଦୋକନରୁ ରୋଜଗାର କରୁଥିବା ଅର୍ଥରେ ସେ ବସ୍ତି ପିଲାଙ୍କୁ ପାଠ ପଢ଼ାଇ ବଡ଼ କରିବେ। ୫ଟଙ୍କାରେ ଆରମ୍ଭ କରିଥିବା ଚା ଦୋକାନ ଏବେ ଡି. ପ୍ରକାଶ ରାଓଙ୍କୁ ଦେଇଛି ଏହି ଅନନ୍ୟ ପରିଚୟ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories