ଭୁବନେଶ୍ୱର : ସମ୍ବଲପୁରର ବିଶିଷ୍ଟ ନାଟ୍ୟକାର, କବି ଓ ଲେଖକ ପଦ୍ମଶ୍ରୀ ବିନୋଦ କୁମାର ପଶାୟତଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ଶ୍ରୀ ବିନୋଦ କୁମାର ପଶାୟତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଦଶନ୍ଧି ଦଶନ୍ଧି ଧରି ସମ୍ବଲପୁରୀ ସାହିତ୍ୟ ତଥା ସଙ୍ଗୀତ କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ରଖି ସେ ଆମ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସମ୍ବଲପୁରୀ ସାହିତ୍ୟକୁ ନୂଆ ଉଚ୍ଚତାରେ ପହଞ୍ଚାଇବାରେ ତାଙ୍କର ଯୋଗଦାନ ଅତୁଳନୀୟ। ସେ ଥିଲେ ଜଣେ ନୀରବ ସାଧକ। ସମ୍ବଲପୁରୀ ସାହିତ୍ୟ ଜଗତ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶୋକସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଶୋକବାର୍ତ୍ତାରେ କହିଛନ୍ତି।
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ କୁମାର ପଶାୟତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
Popular Categories



