ପୂଜା ପାଇଲେ ମା’ ଶ୍ୟାମାକାଳି

ପଦ୍ମପୁର: ବିଦାୟ ନେଇଛନ୍ତି ଧନଧାତ୍ରୀ ମା’ ଗଜଲକ୍ଷ୍ମୀ ଧରାବତାରଣ କରିଛନ୍ତି ମା’ ଶ୍ୟାମକାଳୀ। ମା’ ଶ୍ୟାମକାଳୀଙ୍କ ଆଗମନରେ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ। ଆଉ ସେଥିରୁ ବାଦ ପଡ଼ିନି ରାୟଗଡ଼ା ଜିଲା ପଦ୍ମପୁର ସହର। ପଦ୍ମପୁର କଲ୍ୟାଣ ମଣ୍ଡପ ନିକଟରେ ମା’ ଶ୍ୟାମକାଳୀଙ୍କ ପୂଜା ବେଶ ଧୁମଧାମରେ ପାଳନ କରାଯାଇଛି। ସୁନ୍ଦର ତୋରଣ ସହିତ ଆଲୋକ ମାଳାରେ ପୂଜା ମଣ୍ଡପ ଗୁଡିକୁ ସୁସଜ୍ଜିତ କାରାଯାଇଛି। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ମା’ କାଳୀଙ୍କ ପୂଜା ବେଶ ଧୁମଧାମରେ ପାଳନ କରାଯାଇ ଥିବାବେଳେ ଗତ ଦୁଇ ବର୍ଷ ହେବ କୋରନା କଟକଣା ଯୋଗୁଁ କାଳୀ ପୂଜା ବନ୍ଦ ହୋଇଥିଲା।

କିନ୍ତୁ ଚଳିତ ବର୍ଷ କୋରନା କଟକଣା ହଟିଥିବାରୁ ମା’ଙ୍କ ପୂଜାକୁ ପୁଣି ଧୁମଧାମରେ ପାଳନ କରାଯାଇଛି। ମା’ଙ୍କ ଏହି ପୂଜା ପାଞ୍ଚ ଦିନ ଧରି ଚାଲିବାକୁ ଥିବାବେଳେ ଆସନ୍ତା ୨୭ତାରିଖରେ ମାଙ୍କ ପୂଜା ଉଦଯାପିତ ହେବ। ଏହି ପୂଜା ପଦ୍ମପୁର ସହରରେ ବେଶ୍ ଧୁମଧାମରେ ପାଳିତ ହେଉଛି। ଏହି ପୂଜାମଣ୍ଡପରେ ପାଞ୍ଚ ଦିନ ବ୍ୟାପୀ ବିଭିନ୍ନ ସାସ୍କୃତିକ କାର୍ୟ୍ୟକ୍ରମ ଯଥା ଗଞ୍ଜାମ ପ୍ରସିଦ୍ଧ ଭକ୍ତ ପ୍ରହ୍ଲାଦ, ଭାରତ ଲୀଳା ସହ କଟକର ମେଲୋଡି ହେବ ବୋଲି ପୂଜା କମିଟି ସଭାପତି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ପ୍ରତିଦିନ ସକାଳୁ କର୍ମକାଣ୍ଡ ପଣ୍ଡିତ ବ୍ରଜସୁନ୍ଦର ତ୍ରିପାଠୀ, ରବିନାରଣ ରଥଙ୍କ ପୌରହିତରେ ପୂଜାକାର୍ୟ୍ୟ ସଂମ୍ପାଦନ କରୁଛନ୍ତି। ପ୍ରତେକ ଦିନ ସନ୍ଧ୍ୟାରେ ଆଳତି ସମୟରେ ମାଙ୍କ ଦର୍ଶନ ପାଇଁ ବହୁ ମହିଳା ଓ ପୁରୁଷ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ପୂଜା କମିଟିର ସଭାପତି ଗୋଦାବରୀ ରାଉତ, ଦେବେନ୍ଦ୍ର ପାଢ଼ୀ, ସରୋଜ କୁମାର ଦାସ, ରବି ରଥ, ଟୁକୁନା ପଣ୍ଡା,ବାଲାଜି ପାଢ଼ୀ,ରାମାନନ୍ଦ ସାହୁ ,ଚଲପତି ରାଓ, ଚିତ ରଣା, ପ୍ରଶାନ୍ତ ନନ୍ଦ, କରୁଣା ଶବର, କୁନା ସାହୁ ଙ୍କ ସହ ପୂଜା କମିଟି ର ଅନ୍ୟାନ୍ୟ ପ୍ରମୁଖ ସଦଶ୍ୟ ମାନେ ଉପସ୍ଥିତ ରହି ସହଯୋଗ କରୁଥିବା ଦେଖିବାକୁ ମିଳିଛି।

Comments are closed.