www.samajalive.in
Saturday, December 6, 2025
19.1 C
Bhubaneswar

ଶାନ୍ତି ଶୃଙ୍ଖଳାରେ ସମାପ୍ତ ପଦ୍ମପୁର ‘ଖ’ ଜୋନରେ ଜିଲା ପରିଷଦ ସଭ୍ୟ ପାଇଁ ଉପନିର୍ବାଚନ

ଗୁଣୁପୁର: ରାୟଗଡା ଜିଲ୍ଲା ପଦ୍ମପୁର ‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଆଜି ଶାନ୍ତି ଶୃଙ୍ଖଳାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ବ୍ଲକର ଗୁଳୁଗୁଡା, ନୂଆଗଡ଼, ଲିକିଟିପଦର, ଜାତ୍ତିଲି, ଇନ୍ଦୁପୁର, ତେମ୍ବଆଗୁଡା ଓ ଆଖୁସିଙ୍ଗ ପଞ୍ଚାୟତକୁ ନେଇ ୮୫ ବୁଥରେ ମତଦାନ କରାଯାଇଛି । ‘ଖ’ ଜୋନରେ ମୋଟ ୨୨ ହଜାର ମତଦାତା ସେମାନଙ୍କର ଭୋଟ ବାକ୍ସରେ ସିଲ ହୋଇଯାଇଛି। ସ୍ଥାନୀୟ ବ୍ଲକ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ କଂଗ୍ରେସ ପକ୍ଷରୁ ମାନୁଏଲ ମାଝୀ, ବିଜେଡ଼ି ପକ୍ଷରୁ କରୁଣାକର ଶବର, ବିଜେପି ପକ୍ଷରୁ ବିଦ୍ୟାଧର ଶବର ଓ ସିପିଆଇ ପକ୍ଷରୁ ବାବୁଲା ମାଝୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଆଜି ଦିନ ୧୨ ଟା ଯାଏଁ ମତଦାନ ଚାଲିବାକୁ ଥିବାବେଳେ ଆସନ୍ତା କାଲି,ଗୁରୁବାର ସକାଳ ୮ ଟାରେ ଭୋଟ ଗଣତି କରାଯିବ। ଏହି ଉପ ନିର୍ବାଚନରେ ଜଣେ ଆଡ଼ି ସିନାଲ ଏସ ପି, ଜଣେ ଡ଼ିଏସପି, ୨ଜଣ ଇନସ୍ପକେଟର, ୧୦ଜଣ ଏସଆଇ ୧୦ଜଣ ଏଏସଆଇ, ୫ଜଣ ହେଡ କନେଷ୍ଟବଳ ମୃତୟନ ହୋଇଥିବା ବେଳେ ୧୧୭ଜଣ କନେଷ୍ଟବଳ ଏବଂ ୧୧୭ଜଣ ହୋମଗାର୍ଡ ଏବଂ ଦୁଇ ଜଣ ଏକଜକୁଟିଭି ମାଝୀଷ୍ଟ୍ରଟ ମୃତୟନ ହୋଇଛନ୍ତି। ତେବେ ସମସ୍ତ ଏରିଆରେ ଶାନ୍ତି ଶୃଙ୍ଖଳା ରେ ମତଦାନ ସରିଥିବାରୁ ପଦ୍ମପୁର ବିଡ଼ିଓ ଦୟାମୟ ପାଡି ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଦେଇଛନ୍ତି। ଗଣତି ପାଇଁ ସମସ୍ତ ବ୍ୟବସ୍ଥା ପଦ୍ମପୁର ବ୍ଲକ ପରିସରରେ କରାଯାଇଛି ।

ପ୍ରକାଶ ଥାଉ କି, ଏଠାରେ କଂଗ୍ରେସ ନେତା ଡ଼ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା। ତେବେ ତେମ୍ବଗୁଡା ପଞ୍ଚାୟତର ଅନେକ ଭୋଟରଙ୍କ ଭୋଟଲିଷ୍ଟରେ ନାମ ନ ଥିବାରୁ ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories