www.samajalive.in
Wednesday, December 10, 2025
14.1 C
Bhubaneswar

ବଲାଙ୍ଗିରରେ ରବିଧାନ କିଣାରେ ଅଚଳାବସ୍ଥା

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଚଳିତ ବର୍ଷ ଧାନ ଅମଳ ସରିଲାଣି ଅଥଚ ଟାର୍ଗେଟକୁ ନେଇ ରହିଥିବା ଦ୍ୱନ୍ଦ ଯୋଗୁ ତାହା ଚାଷୀଙ୍କ ପାଖରୁ କିଣା ହୋଇନଥିବା ଅଭିଯୋଗ ହୋଇଛି। ଏହି ସମସ୍ୟା ଦିନକୁ ଦିନ ଗୁରୁତର ହୋଇଥିବା ବେଳେ ଗୁରୁବାର ଆଗଲପୁର ବ୍ଲକ ମୁର୍ଷୂଣ୍ଡ ସମବାୟ ସମିତିର ଚାଷୀ ମାନେ ଜିଲାପାଳଙ୍କୁ ଏନେଇ ଫେରାଦ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ମୁର୍ଷୁଣ୍ଡରେ ଥିବା ସମବାୟ ସମିତି ଅଧୀନରେ ରହିଛି ଚାରୋଟି ଗାଁ। ଏହି ଅଞ୍ଚଳରେ ପ୍ରାୟ ୧ହଜାରରୁ ଉର୍ଦ୍ଧ ଏକର ଜମିରେ ଚଳିତ ବର୍ଷ ଡାଳୁଆ ଧାନ ହୋଇଥିବା ଜଣାପଡିଛି। ଧାନ ବିକିବା ପାଇଁ ସମବାୟ ସମିତିରେ ୧୬୮ ଜଣ ଚାଷି ନିଜ ନାମ ପଞ୍ଜିକରଣ କରିଛନ୍ତି। ପ୍ରାୟ ୧୩ହଜାରରୁ ଉର୍ଦ୍ଧ କ୍ୱିଣ୍ଟାଲ ଧାନ କେବଳ ଏହି ଗୋଟିଏ ସମବାୟ ସମିତିର ଚାଷୀ ମାନେ ଅମଳ କରିଥିବା ଜଣାପଡିଛି। ତେବେ ଧାନ ଅମଳ ପରେ କେଉଁ ଚାଷୀର ଧାନ ବିଲରେ ପଡିଛି ତ ପୁଣି କାହାର ଗୋଦାମରେ ପଡି ନଷ୍ଟ ହେଉଛି। ଏମିତିରେ ମଣ୍ଡି ଆରମ୍ଭ ହୋଇନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଆସନ୍ତା ୩୦ ତାରିଖ ଧାନ ବିକ୍ରୟର ଶେଷ ସମୟ ହୋଇଥିବା ବେଳେ ମାସର ପ୍ରଥମ ସପ୍ତାହ ସରିଗଲାଣି ତଥାପି ଜିଲା ପ୍ରଶାସନ ଧାନକିଣାର ବ୍ୟବସ୍ଥା କରିନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ମଣ୍ଡିର ବ୍ୟବସ୍ଥା ନହେଲେ ଚାଷୀ ଧାନ କମ ଦରରରେ ବ୍ୟବସାୟୀଙ୍କ ଠାରେ ବିକିବାକୁ ବାଧ୍ୟ ହେବ ବୋଲି ଅଭିଯୋଗ କରିଛନ୍ତି। ତେବେ ଏନେଇ ଗୁରୁବାର ବହୁ ଚାଷୀ ଜିଲାପାଳଙ୍କୁ ଦେଖା କରିବା ସହିତ ଆଲୋଚନା କରିଥିବା ଜଣାପଡିଛି। ତେବେ ଜିଲାକୁ ମିଲିଥିବା ଟାର୍ଗେଟ ଧାନ ଅମଳ ତୁଳନାରେ ଯଥେଷ୍ଟ କମ ଥିବାରୁ ଧାନ କିଣିବା ବ୍ୟବସ୍ଥା ହୋଇପାରିନଥିବା କହିଛନ୍ତି ଜିଲା ଯୋଗାଣ ଅଧିକାରୀ। ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ ବଢାଇବା ପାଇଁ ଜଣାଇଦିଆଯାଇଥିବା ବେଳେ ଖୁବଶୀଘ୍ର ଧାନ କିଣା ଆରମ୍ଭ ହେବ ବୋଲି କହିଛନ୍ତି ଜିଲାପାଳ ଅରିନ୍ଦମ ଡାକୁଆ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories