www.samajalive.in
Sunday, December 14, 2025
26.1 C
Bhubaneswar

ସୈାଭାଗ୍ୟ ଯୋଜନା କାର୍ଯ୍ୟକାରିତାକୁ ନେଇ ବିଧାୟକ ଅସନ୍ତୁଷ୍ଟ

ବଲାଙ୍ଗିର: ବଲାଙ୍ଗିର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଲୋଇସିଂହା ନିର୍ବାଚନମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନବନିର୍ବାଚିତ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ନିଜ ନିର୍ବାଚନମଣ୍ଡଳୀରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଗାଁ ମାନଙ୍କରେ ରହିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। ଲୋଇସିଂହା ନିର୍ବାଚନମଣ୍ଡଳୀରେ ଅନେକ ପାନୀୟ ଜଳ ପ୍ରକଲ୍ପ କାର୍ଯ୍ୟକ୍ଷମ ହୋଇପାରିନଥିବା ନେଇ ସେ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ସେହିପରି କେନ୍ଦ୍ରସରକାରଙ୍କ ସୈାଭାଗ୍ୟ ଯୋଜନାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ।

କେନ୍ଦ୍ରୀୟ ଯୋଜନାଗୁଡିକୁ ଅବହେଲା କରାଯାଉଥିବା ସେ ଅଭିଯୋଗ କରିଥିଲେ। ସେହିପରି ରବିଧାନ ପାଇଁ ମଣ୍ଡି ଆରମ୍ଭ ହୋଇନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ସେ କହିଥିଲେ। ଏନେଇ ସେ ଜିଲା ଯୋଗାଣ ଅଧିକାରୀଙ୍କୁ ପ୍ରଶ୍ନ କରିବା ସହିତ ବର୍ଷା ପୂର୍ବରୁ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲୋଇସିଂହା ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେସିନ ରହିଥିବା ସତ୍ୱେ ତାହା କାହିଁକି ବ୍ୟବହାର କରାଯାଉନଥିବା ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories