www.samajalive.in
Saturday, December 13, 2025
14.1 C
Bhubaneswar

ନଭେମ୍ବର ୧୮ରୁ ବଲାଙ୍ଗିରରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ

୧୫୮ ପେକ୍ସ, ୧୬ ଏସ୍‍ଏଚ୍‍ଜି କିଣିବ ଧାନ
ଜିଲାରେ  ୬୬,୭୮୩  ଚାଷୀ ପଞ୍ଜୀକୃତ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ୨୦୨୦-୨୧ ଖରିଫ ଧାନ କିଣା ପାଇଁ ଜିଲାସ୍ତରୀୟ ଧାନ କିଣା କମିଟିର ବୈଠକ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଜିଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।  ବଲାଙ୍ଗିର ଜିଲାରେ ସୁରୁଖୁରୁରେ ଧାନ କିଣା ସଂପାଦିତ ହେବ, ଚାଷୀ ଅଭାବି ବିକ୍ରିର ଶିକାର ନହେଇ ସୁବିଧାରେ ମଣ୍ଡିକୁ ଆଣି ବିକ୍ରି ପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀ ତଥା ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଯତ୍ନବାନ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲା ଯୋଗାଣ ଅଧିକାରୀ ଦିଲୀପ ପାତ୍ର ଆସନ୍ତା ନଭେମ୍ବର ୧୮ରୁ ୧୫୮ଟି ପେକ୍ସ ଓ ୧୬ଟି ଏସ୍‍ଏଚ୍‍ଜି ଜରିଆରେ ଖରିଫ ଧାନ କିଣାଯିବ ବୋଲି ସୂଚନା ଦେଇଥିଲେ। ଏଫଏକ୍ୟୁ ମାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୬୮ ଟଙ୍କା ଓ ଏଫଏକ୍ୟୁ ଗ୍ରେଡ ଏ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଥିବା ଶ୍ରୀ ପାତ୍ର କହିଥିଲେ। ଚାଷୀଙ୍କଠାରୁ ଧାନ କିଣିବା ସମୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ତଥା ସେମାନଙ୍କ ସୁବିଧା ତଦାରଖ କରିବା ପାଇଁ ପ୍ରତି ପେକ୍ସରେ ପେକ୍ସସ୍ତରୀୟ କମିଟିକୁ ଦାୟିତ୍ୱ ଦିଆଯାଇଥିବା ଜଣାଇଥିଲେ। ଏଥିସହିତ ଧାନ କିଣା ପାଇଁ ଆବଶ୍ୟକୀୟ ଉପକରଣ, ଯନ୍ତ୍ରପାତି, ଓଜନ ମେସିନ, ଆଦ୍ରତା ମାପ ମେସିନ, ମିନି ଗ୍ରେଡର, ତାରପୋଲିନ୍‍ ଆଦିକୁ କାର୍ଯ୍ୟକ୍ଷମ କରି ମଣ୍ଡି ଖୋଲାଯିବା ପୂର୍ବରୁ ଯୋଗାଇ ଦେବାକୁ ତଥା ଧାନ ସଂଗ୍ରହ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ନିୟନ୍ତ୍ରିତ ବଜାର କମିଟି(ଆର୍‍ଏମ୍‍ସି) ଜିଲାପାଳ ଶ୍ରୀ ରାଣା ନିର୍ଦ୍ଦେଶ ଦେଇଥିଲେ। ଏ ବର୍ଷ ଖରିଫରେ ଜିଲାରେ ୬୬ହଜାର ୭୮୩ ଚାଷୀ ବିଭିନ୍ନ ପେକ୍ସ ଓ ଏସ୍‍ଏଚ୍‍ଜି ଜରିଆରେ ଧାନ ବିକିବା ପାଇଁ ପଞ୍ଜୀକୃତ ହୋଇଛନ୍ତି। ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ସମୟରେ ହେଉଥିବା ଅସୁବିଧା ତଥା ବିଭିନ୍ନ ସମସ୍ୟା ସଂପର୍କରେ ଚାଷୀ ପ୍ରତିନିଧିମାନେ ଜିଲପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବୈଠକରେ ସଦର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପାଟଣାଗଡ ବିଧାୟକ ସରୋଜ ମେହେର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ବଲାଙ୍ଗିର ଲୋକସଭା ସାଂସଦଙ୍କ ପ୍ରତିନିଧି ମାଧବ ସାଏ, ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଜିଲା କୃଷକ ମହାସଂଘର ସଭାପତି ଡା.ସୁଧୀର ପରିଚ୍ଛା, ସଂପାଦକ ଜତି ପ୍ରଧାନ, ଏଏସ୍‍ପି ମନୋରଞ୍ଜନ ପ୍ରଧାନ, ବଲାଙ୍ଗିର, ପାଟଣାଗଡ ଓ ଟିଟିଲାଗଡ ଉପ ଜିଲାପାଳଙ୍କ ସହ ଯୋଗାଣ, କୃଷି, ସମବାୟ, ଜଳସେଚନ, ଆର୍‍ଏମ୍‍ସି ଅଧିକାରୀ, ମିଲର୍ସ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶେଷରେ ଜିଲା ଯୋଗାଣ ଅଧିକାରୀ ଶ୍ରୀ ପାତ୍ର ଧନ୍ୟବାଦ ଦେଇଥିଲେ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories