www.samajalive.in
Thursday, December 11, 2025
14.1 C
Bhubaneswar

ବିଶୃଖଂଳିତ ମଣ୍ଡି ବ୍ୟବସ୍ଥା : ଛତିଶଗଡରୁ ଧାନ ଚୋରା ଚାଲାଣ ବାହାନା

ବରଗଡ : ବରଗଡ ଜିଲାରେ ଧାନ କିଣା ବିକା ଆରମ୍ଭ ହେବା ୧୭ ଦିନ ହେଲାଣି। ମାତ୍ର ଏଯାଏଁ ଜିଲାର ଚାଷୀ ଶୃଙ୍ଖଳିତ ଭାବେ ଧାନ କିଣା ବିକା କରିପାରୁନଥିବା ଅଭିଯୋଗ ହେଉଛି। ଅଧିକାଂଶ ମଣ୍ଡିରେ ଧାନ ବସ୍ତା ଗଦା ହୋଇ ରହିଛି। ଗୋଟିଏ ପଟେ ମିଲର୍ସ ମାନେ ଧାନ ଉଠାଇବା ନେଇ ଶି୍‍ଥିଳତା ଅବଲମ୍ବନ କରୁଥିବା ଅଭିଯୋଗ ହେଉଥିବା ବେଳେ ଅନ୍ୟ ପଟେ ମାର୍କେଟ ୟାର୍ଡରେ ଶ୍ରମିକ ମିଳୁନଥିବା ଦେଖା ଯାଉଛି। ବରଗଡ ଜିଲାକୁ ଛତିଶଗଡ ରାଜ୍ୟରୁ ଧାନ ଆସୁଥିବା ନେଇ ଅଭିଯୋଗ ହେଉଛି। ଏହାକୁ ରୋକିବା ପାଇଁ ସ୍ୱାର୍ଡ  ଗଠନ କରାଯାଇଛି। ମାତ୍ର ଖରିଫ ଋତୁରେ ଛତିଶଗଡରୁ ଧାନ ଆସିବା ସମ୍ଭାବନା ବହୁତ କମ୍‍। ରବି ଋତୁରେ ଛତିଶଗଡରେ ମଣ୍ଡି ଖୋଲେନାହିଁ। ସେଠାକାର ଚାଷୀ ଧାନ କିଣିବା ପାଇଁ ସରକାରୀ ସ୍ତରରେ ବିଶେଷ ସୁବିଧା ପାଉନଥିବାରୁ ଓ ଧାନର ସହାୟକ ମୂଲ୍ୟ ମିଳୁନଥିବାରୁ ଛତିଶଗଡ ଚାଷୀ ବରଗଡ ଜିଲାର ମିଲର୍ସ ମାନଙ୍କ ସହାୟତାରେ ଧାନ ବିକ୍ରି କରିଥାନ୍ତି। ରବି ଋତୁରେ ଛତିଶଗଡରୁ ଧାନ ଚୋରା ଚାଳାଣ ହୋଇଥାଏ। ମାତ୍ର ଖରିଫ ଋତୁରେ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଓଡିଶାରେ ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଥିବା ବେଳେ ଛତିଶଗଡରେ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ୨୫ଶହ ଟଙ୍କା ରହିଛି। ଗତ ଖରିଫରେ ଛତିଶଗଡ ଚାଷୀକ୍ୱିଣ୍ଟାଲ ପିଛା ୨୫ଶହ ଟଙ୍କାରେ ଧାନ ବିକ୍ରି କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଏହି ବୋନସ୍‍ ରାଶିକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କିଛିଟା ଦ୍ୱନ୍ଦ ଉପୁଜିବା ପରେ ଚଳିତ ବର୍ଷ ଛତିଶଗଡ ସରକାର ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୧୮୬୮ ରଖିଛନ୍ତି। ମାତ୍ର ଚାଷୀଙ୍କୁ ପ୍ରତି ଏକର ପିଛା ୧୦ ହଜାର ଟଙ୍କା ବୋନସ୍‍ ରାଶି ପ୍ରାଦନ କରିଛନ୍ତି। ରାଜୀବ ଗାନ୍ଧୀ ନ୍ୟାୟ ଯୋଜନା ନାଁରେ ଚାଷୀ ମାନଙ୍କୁ ଏହି ବୋନସ୍‍ ରାଶି ପ୍ରଦାନ କରାଯାଉଛି। ଛତିଶଗଡ ଚାଷୀ ଚଳିତବର୍ଷ ଏକର ପିଛା ୧୦ ହଜାର ଟଙ୍କା ଲେଖାଁଏ ତିନିଟି କିସ୍ତିରେ ଟଙ୍କା ପାଇବାର ବ୍ୟବସ୍ଥା କରାଯାଇଛି। ପ୍ରଥମ କିସ୍ତି ରାଜବୀ ଗାନ୍ଧୀଙ୍କ ଜୟନ୍ତୀ ତିଥିରେ ଦ୍ୱିତୀୟ କିସ୍ତି ଗାନ୍ଧୀ ଜୟନ୍ତୀରେ ଚାଷୀ ମାନେ ଟଙ୍କା ପାଇ ସାରିଛନ୍ତି। ଛତିଶଗଡରେ ଧାନର ସହାୟକ ମୂଲ୍ୟ ଓଡିଶା ଠାରୁ ଅଧିକ ଥିବା ଯୋଗୁଁ ଖରିଫ ଋତୁରେ ଛତିଶଗଡ ଚାଷୀ ନିଜର ଧାନକୁ ନିଜ ରାଜ୍ୟରେ ବିକ୍ରି କରୁଛନ୍ତି। ଅନ୍ୟ ରାଜ୍ୟକୁ ଚାଲାଣ କରୁ ନାହାନ୍ତି।

ଅନ୍ୟ ପକ୍ଷରେ ଛତିଶଗଡ ରାଜ୍ୟରେ ଯେହେତୁ ଚାଷୀ ଅଧିକ ମୂଲ୍ୟ ପାଉଛି ତେଣୁ ଓଡିଶାକୁ ଧାନ ଚାଲାଣ ହେବା ସମ୍ଭବନା ବହୁତ କ୍ଷୀଣ। ଛତିଶଗଡ କଂଗ୍ରେସ ସରକାର ଚାଷୀଙ୍କୁ ଋଣ ଛାଡ ଓ ଧାନରେ ବୋନସ୍‍ ଦେବା ପ୍ରତିଶୃତି ଦେଇ ଶାସନ କ୍ଷମତାକୁ ଆସିଥିବାରୁ ଏବେ ଚାଷୀ ମାନେ ଧାନର ଉଚିତ୍‍ ମୂଲ୍ୟ ପାଉଛନ୍ତି। ଅନ୍ୟ ପକ୍ଷରେ ବରଗଡ ଜିଲାରେ ଧାନର ସହାୟକ ମୂଲ୍ୟ ୧୮୬୮ ରହିଥିଲେ ହେଁ ପ୍ଳାଷ୍ଟିକ ବ୍ୟାଗ ବାବଦକୁ ଓଜନ କଟୁଛି। କଟନି ଛଟନି ନାଁରେ ପ୍ରତିବସ୍ତାରେ ୨ରୁ ୫ କି.ଗ୍ରା କଟାଯାଉଛି। ସର୍ବୋପରି ମଣ୍ଡିରେ ବ୍ୟବସ୍ଥା ଶୃଂଖଳିତ ନଥିବାରୁ ଚାଷୀ ମଣ୍ଡିକୁ ଧାନ ନଆଣି କମ୍ ଦରରେ ଧାନ ବିକ୍ରି କରିବାକୁ ପସନ୍ଦ କରୁଛି। ବରଗଡ ଜିଲାରେ ଯେହେତୁ ଧାନର ମୂଲ୍ୟ ଛତିଶଗଡ ଠାରୁ କମ୍‍ ରହୁଛି ତେଣୁ କରି ଛତିଶଗଡର ଧାନ ବରଗଡକୁ ଚାଲାଣ ହେଉଥିବା ଚର୍ଚା ଅମୂଳକ ମନେ ହେଉଛି ବୋଲି ଚାଷୀ ନେତା ମାନେ କହିଛନ୍ତି। ବରଂ ମଣ୍ଡି ବ୍ୟବସ୍ଥାକୁ ଦୁର୍ବଳ କରି ଦେଇ ଚାଷୀ ମାନଙ୍କୁ ମାର୍କେଟ ୟାର୍ଡରୁ ମୁହଁ ଫେରାଇ ନେବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ଚାଷୀ ନେତା ମାନେ ଅଭିଯୋଗ କରିଛନ୍ତି।

- Advertisement -

ଛତିଶଗଡରେ ମଣ୍ଡି ବ୍ୟବସ୍ଥା ଓ ଜମିର ରେକର୍ଡ ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ ଥିବାରୁ ସେଠାକାର ଚାଷୀ ମଣ୍ଡିକୁ ବେଶୀ ପସନ୍ଦ କରୁଛନ୍ତି। ମାତ୍ର ବରଗଡ ଜିଲାରେ ମଣ୍ଡି ବ୍ୟବସ୍ଥାକୁ ଅଧିକ ଜଟିଳ ଓ ମିଲର୍ସ ମାନଙ୍କ କବଜାରେ ଛାଡି ଦିଆଯାଉଥିବାରୁ ଚାଷୀ ମାନେ ଏହି ବ୍ୟବସ୍ଥା ଅପେକ୍ଷା ନିଜ ଉଦ୍ୟମରେ କମ୍‍ ଦାମ୍‍ରେ ହେଉ ପଛେ ଧାନ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି। ପ୍ରଶାସନ ବାହାର ରାଜ୍ୟର ଧାନ ଚାଲାଣକୁ ରୋକିବା ଅପେକ୍ଷା ମଣ୍ଡି ବ୍ୟବସ୍ଥା କିପରି ଅଧିକ କ୍ରିୟାଶୀଳ ଓ ଉନ୍ନତ ହେବ ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି ଚାଷୀ ମାନେ ମତ ଦେଇଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories