www.samajalive.in
Wednesday, December 10, 2025
26.1 C
Bhubaneswar

‘ପରୀ’ ପ୍ରସଙ୍ଗ: ମନ୍ତ୍ରୀ ଅରୁଣ ସାହୁଙ୍କ ପିତୁଳା ଜାଳିଲା ବିଜେପି ମହିଳା ମୋର୍ଚା; ମନ୍ତ୍ରୀ ପଦରୁ ବହିଷ୍କାର ଦାବି

ଭୁବନେଶ୍ୱର: ନୟାଗଡ଼ରେ ୫ ବର୍ଷର ଶିଶୁ କନ୍ୟାର ଅପହରଣ ଓ ମୃତ୍ୟୁ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଛି ମହିଳା ବିଜେପି । ଦଳପକ୍ଷରୁ ରାଜଧାନୀରେ ବିକ୍ଷୋଭ ଓ ଶୋଭାଯାତ୍ରା କରାଯିବା ସହ ମନ୍ତ୍ରୀ ଶ୍ରୀ ସାହୁଙ୍କ ପିତୁଳା ପୋଡ଼ିଛି । ମହିଳା ମୋର୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଶ୍ରୀ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି। ଗତ ଜୁଲାଇ ମାସରେ ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷ ନାବାଳିକା ଝିଅକୁ କିଛି ଦୃବୁର୍ତ ଅପହରଣ କରି ତାର କିଡିନ ଏବଂ ଆଖିକୁ ବିଭତ୍ସ ଭାବେ ତାଡିନେଇ ମୃତ ଦେହକୁ ଏକ ବସ୍ତାରେ ବାନ୍ଧି ପୋଫାଡିଦେଇଥିଲେ। ଏହି ଘଟଣାରେ ପରିବାର ଲୋକଙ୍କ ତରଫରୁ ଜୁଲାଇ ୧୪ ତାରିଖରେ ନୟାଗଡ ଥାନାରେ ଏତଲା ଦିଆଯାଇଥିଲେ ବି ବର୍ତମାନ ସୁଦ୍ଧା ପୋଲିସ ଅପରାଧୀଙ୍କୁ ଗିରଫ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ସଂପୃକ୍ତ ଅପରାଧୀ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଘନିଷ୍ଠ ହୋଇଥିବାରୁ ପୋଲିସ ଜାଣିଶୁଣି ଏହି ଘଟଣାକୁ ରଫାଦଫା କରିବା ଲାଗି ପରିବାର ଉପରେ ଚାପ ପକାଉଛି। ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ବାବୁଲା ନାଏକଙ୍କୁ ତୁରନ୍ତ ଗିରଫ କରିବା ଏବଂ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇ ରଖିଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ସହ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛୁ । 

- Advertisement -

ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଏବେ କେବଳ ନୟାଗଡ ନୁହେଁ ସାରା ରାଜ୍ୟରେ ନାବାଳିକା ଝିଅମାନେ ଅସୁରକ୍ଷିତ ଅଛନ୍ତି। ଦୀର୍ଘ ୨୦ ବର୍ଷ ଶାସନରେ ମହିଳା ସୁରକ୍ଷା ଦିଗରେ ରାଜ୍ୟସରକାର କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। କେବଳ ସେତିକି ନୁହେଁ ଶାସକ ଦଳର ନେତା ଓ କର୍ମୀମାନେ ଅଧିକାଂଶ ନାବାଳିକା ଏବଂ ମହିଳା ଅପରାଧରେ ସଂପୃକ୍ତ ରହୁଛନ୍ତି। ପୋଲିସ ମଧ୍ୟ ଅପରାଧୀଙ୍କୁ ଗିରଫ ନକରି ସେମାନଙ୍କୁ ସୁରକ୍ଷା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ ମା’ଙ୍କୁ ସମ୍ମାନର ନାରା ଦେଇଥିଲେ। ୨୦୧୮ ମସିହାରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ନାବାଳିକା ଦୁଷ୍କର୍ମ ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇବା ପାଇଁ ପରୀ ପାଇଁ କଥାଟିଏ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ନାବାଳିକା ମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପରୀ ରଥ ବୁଲାଯାଇଥିଲା। କିନ୍ତୁ ପରୀ ରଥ ବୁଲାଇଥିବା ସରକାର ଏବଂ ପୋଲିସ ଆଜି ଜଣେ ୫ ବର୍ଷର ନାବାଳିକା ତଥା ପରିକୁ ନ୍ୟାୟ ଦେଇ ପାରୁନାହାଁନ୍ତି। ଏହା ହେଉଛି ଗୃହ ବିଭାଗ ଏବଂ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା। ଲୋକଙ୍କୁ ସଚେତନ କରୁଥିବା ପୋଲିସ ଆଜି ଶାସକ ଦଳ ଇଙ୍ଗିତରେ ନାଚୁଛି। ପରୀ ହତ୍ୟାକାଣ୍ଡରେ ଖୋଦ୍‍ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅପରାଧୀ ଏବଂ ତା’ର ସହେଯାଗୀ ମାନଙ୍କୁ ଖୁଲମଖୁଲା ସୁରକ୍ଷା ଦେଉଛନ୍ତି। ଶାସକ ଦଳ ଚାପରେ ପୋଲିସ ନୀରବଦଷ୍ଟ୍ରା ସାଜିଛି। ନା ତଦନ୍ତ ଆଗଉଛି ନା ପରିବାର ଲୋକଙ୍କୁ ନ୍ୟାୟ ମିଳୁଛି। ଆଉ କେତେ ପରୀଙ୍କ ଜୀବନ ଗଲେ ରାଜ୍ୟ ସରକାର ଏବଂ ପୋଲିସ ତପ୍ତରତା ଦେଖାଇବେ ବୋଲି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ପରୀ ହତ୍ୟାକାଣ୍ଡକୁ ସାଢେ ୪ ମାସ ବିତିଥିଲେ ମଧ୍ୟ ପୋଲିସ ଅପରାଧୀକୁ ଗିରଫ ନକରି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ଦ୍ଦେଶରେ ଓଲଟା ପୀଡିତା ପରିବାର ଲୋକଙ୍କୁ ଧମକ ଦେଇଚାଲିଛି। ମୁଖ୍ୟ ଅଭିଯୁକ୍ତ ବାବୁଲା ଏବେ ଶାସକ ଦଳର ଛତ୍ରଛାୟା ତଳେ  ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାରର ର‍୍ୟାକେଟ୍‍ ଚଲାଇଛି। ପରୀକୁ ହତ୍ୟା କରି ତାର ଅଙ୍ଗପ୍ରତ୍ୟଙ୍ଗକୁ ବିକ୍ରି କରାଯାଇଛି ଏବଂ ଏହା ପଛରେ ଶାସକ ଦଳ ପୋତ୍ସାହନରେ ଏକ ବଡ ର‍୍ୟାକେଟ୍‍ କାମ କରୁଛି। ପରୀକୁ ନ୍ୟାୟ ନଦେଇପାରୁଥିବା ସର୍ବସାଧାରଣରେ ପୋଲିସର ନଗ୍ନ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସିଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହି ଘଟଣାର ତୁରନ୍ତ ଏକ ନିରପେକ୍ଷ ତଦନ୍ତ କରାଯାଇ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତା’ର ସହେଯାଗୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏହି ଘଟଣାରେ ସଂପୃକ୍ତି ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୃକ୍ତ କରାଯାଉ। ଏହି ଘଟଣାକୁ ଗୁରୁତର ସହ ନନେବା ଏବଂ ପୀଡିତା ପରିବାର ଲୋକଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଅଭିଯୋଗରେ ଜିଲ୍ଲା ଏସପି ଏବଂ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି। ପରୀକୁ ନ୍ୟାୟ ନମିଳିଲେ ଏହି ଆନ୍ଦୋଳକୁ ଆହୁରି ବ୍ୟାପକ କରାଯିବ। ଆଗାମୀ ଦିନରେ ଏହି ଆନ୍ଦୋଳନ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭ ସମୟରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଇରାନୀ ରାୟ, ମୁଖପାତ୍ର ସୋନାଲି ସାହୁ, ମହିଳାମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, କସ୍ତୁରି ମିଶ୍ର, ଏଶ୍ୱର୍ଯ୍ୟା ବିଶ୍ୱାଳ, ରଶ୍ମିରେଖା ଦାସ, ସୁଭାସିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ଶଶିପ୍ରଭା ରଥ, ମାନସୀ ମଂଜରୀ ରାୟ ପାଢୀ, ସୁବାସିନୀ ବଳ, ପ୍ରବୀଣା ମହାପାତ୍ର, ବବିତା ମଲ୍ଲିକ, ଯାଜ୍ଞସେନୀ ଜେନା, ପ୍ରବୀଣା ଭଞ୍ଜଦେଓଙ୍କ ସମେତ ଶହ ଶହ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତା ପ୍ରମୁଖ ସାମିଲ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories