www.samajalive.in
Monday, December 15, 2025
26.1 C
Bhubaneswar

ବିଲ ଓ ରାସ୍ତାରେ ପଡ଼ିଛି ଶହ ଶହ ବସ୍ତା ଧାନ, ଚାଷୀଙ୍କ ନିଦ ହଜେଇଲା ବର୍ଷା

ରେଙ୍ଗାଲିକ୍ୟାମ୍ପ : କୃଷି ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ହୋଇଥିବା ବେଳେ ଆଜି କୃଷି ପ୍ରକୃତି ହାତର ଖେଳ ସାଜିଛି। କାଳବୈଶାଖୀର କରାଳ ଦୃଷ୍ଟିରେ ଆଜି ଚାଷୀ କୂଳର ସବୁ ପରିଶ୍ରମ ବ୍ୟର୍ଥ ପାଲଟିଛି। ଆଗକୁ ପୁଣି ଆସୁଛି ବାତ୍ୟା “ୟସ୍”।କାଳବୈଶାଖୀର ପ୍ରଥମ ବର୍ଷା ମାଡ଼ରେ ଚାଷୀଙ୍କ ଧାନ ବିଲରେ ଗଜା ମାରି ବହୁ କ୍ଷୟକ୍ଷତି ହୋଇସାରିଛି। ଯେଉଁ ସବୁ ଧାନ ଭିଜିଥିଲା ତାକୁ ସେମାନେ ସୁଖାଇବା ପାଇଁ ଗାଁ ଦାଣ୍ଡରୁ ଆରମ୍ଭ କରି ଜାତୀୟ ରାସ୍ତା କଡ ପର୍ୟ୍ୟନ୍ତ ବୋହି ଆଣିଛନ୍ତି ନିଜର ଝାଳବୁହା ପରିଶ୍ରମକୁ କିଛି ହେଲେ ବଞ୍ଚାଇବା ଆଶାରେ। କିନ୍ତୁ ଆଜିର ଅଚାନକ ବର୍ଷାରେ ଶହ ଶହ ବସ୍ତା ଧାନ ପୁଣି ପାଣିରେ ଭାସୁଛି। ଆଗକୁ ପୁଣି ତିନିଦିନ ବର୍ଷା ସହ ବାତ୍ୟାର ସୂଚନା ଦିଆଯାଇଛି ପାଣିପାଗ ବିଭାଗରୁ। ଏହି ଖବରରେ ଚାଷୀଙ୍କ ନିଦ ହଜି ଯାଇଛି। ଯେମିତି ଲାଗୁଛି ଚାଷୀଙ୍କର ସମସ୍ତ ପରିଶ୍ରମ ଓ ଆଶାକୁ ବ୍ୟର୍ଥ କରିଦେବା ପାଇଁ ଯେମିତି ପ୍ରତିଜ୍ଞା ବଦ୍ଧ ହୋଇଛି। ଗୋଟିଏ ପଟେ ସରକାରଙ୍କ ଟୋକନ ଅବଧି ଓ ଅନ୍ୟପଟେ କାଳବୈଶାଖୀର ବର୍ଷା ଭିତରେ ଆଜି ହନ୍ତସନ୍ତ ହେଉଛି ଅନ୍ନ ଦାତା । ଚାଷୀର ମେରୁଦଣ୍ଡ ଆଜି ଭାଙ୍ଗିଯାଇଛି। ଚାଷୀର ଭବିଷ୍ୟତ ଆଜି କାଳବୈଶାଖୀର ବର୍ଷାରେ ରାସ୍ତାକଡ଼ରେ ଭାସୁଛି। ଧାନ ମୁଠାଏ ପାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରି ଅନାଇ ରହିଥାଏ ତାର ଫସଲ ଉତ୍ପାଦନକୁ। ଯେତେବେଳେ ସେହି ପରିଶ୍ରମ ତାର ଆଖି ଆଗରେ ଭାସିଯାଇଥିବା ଦେଖି ଚାଷୀକୁଳ ଧୈର୍ଯ୍ୟ ଚ୍ୟୁତ ହେବା ସ୍ବାଭାବିକ। ଟୋକନ ଅବଧି ଭିତରେ ଧାନ ଅମଳ ହୋଇ ପାରୁନି କି ଅବଧି ସରିଲେ ଧାନ ବିକ୍ରି ହେଉନି। କେଉଁ କୂଳରେ ହୋଇ ପାରୁନି ଚାଷୀ। ତେବେ ସରକାରଙ୍କ ବିଚାରକୁ ଅନେଇ ରହିଛନ୍ତି ଯେ ଏହି କ୍ଷୟକ୍ଷତି ପାଇଁ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି?

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories