www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ ପରୀକ୍ଷାକୁ ନେଇ ଆଶାଦିଦିଙ୍କୁ ଘେରିଲେ ଗ୍ରାମବାସୀ

ମୋହନା: ସାରା ରାଜ୍ୟରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବାବେଳେ ପ୍ରଶାସନ ଆଶାଦିଦି, ଅଙ୍ଗନାବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେମାନଙ୍କ ଉପରେ ଯେତେବେଳେ ଆକ୍ରମଣ ଓ ଗଣ୍ଡଗୋଳ ହେଉଛି ସେତେବେଳେ ବ୍ଲକ ପ୍ରଶାସନ ଦୃଢ କାର୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ ଅନ୍ତର୍ଗତ ରାଇସିଂ ଗ୍ରାମରେ। କିଛି ଦିନ ତଳେ ଗ୍ରାମରେ ଏକ ଭୋଜିର ଆୟୋଜନ ହୋଇଥିଲା। ଭୋଜି ସାରିବାପରେ ଉକ୍ତ ଗ୍ରାମର ଆଶା ଦିଦି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଭୋଜିରେ ଉପସ୍ଥିତ ରହିଥିବା ଅତିଥିମାନଙ୍କ କୋଭିଡ ପରୀକ୍ଷା କରିବା ନିମନ୍ତେ ଜଣାଇଥିଲେ । ଖବର ପାଇଁ ପରୀକ୍ଷା ଟିମ ଗ୍ରାମରେ ପହଞ୍ଚି ୨୧ ଜଣଙ୍କ ନମୁନା ପରୀକ୍ଷା କରିଥିଲେ । ସେଥିମଧ୍ୟରୁ ୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହି ଘଟଣାକୁ ନେଇ ଗ୍ରାମର କିଛି ଖଳ ପ୍ରକୃତିର ଲୋକେ ଆଶାଦିଦିଙ୍କୁ ଘେରାଉ କରି ତୁମେ କାହିଁକ ଯାଞ୍ଚ ଟିମଙ୍କୁ କୋଭିଡ ପରୀକ୍ଷା ନିମନ୍ତେ ଜଣାଇଲ ଏବଂ ସେମାନେ ଆମକୁ କୋଭିଡ ମେଡିକାଲ ନେଇ ମାରିଦେବେ। ଭୟଭୀତ ହୋଇ ଲୋକେ ଘେରାଉ କରିବା ସହ ଦିଦିଙ୍କର ଲ୍ୟାଣ୍ଡଫୋନଟିକୁ ବାଡେଇ ଭାଙ୍ଗି ଦେଇଥିଲେ। ଖବର ପାଇ ମୋହନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଫେରିଥିବାବେଳେ କୋଭିଡ଼ ପରିଚାଳନା ଟିମର ମୁଖ୍ୟ ଡା. ଏମ୍. ଶିବରାମ, ବିପିଏମ୍ ବିଭୂପ୍ରସାଦ କର ରାଇସିଂ ଗ୍ରାମରେ ପହଞ୍ଚି ଆଶାଦିଦିଙ୍କ ମତାମତ ନେଇ ଫେରିଛନ୍ତି। ଏ ସଂପର୍କରେ ଥାନାରେ ମାମଲା ରୁଜ୍ଜୁ ହୋଇ ନ ଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories