www.samajalive.in
Wednesday, December 10, 2025
18.1 C
Bhubaneswar

କଳାହାଣ୍ଡି ଜିଲାରେ ୧୫ରୁ ଧାନ ମଣ୍ଡି: ଉତ୍ପାଦନ କୋଟିଏ କ୍ବିଣ୍ଟାଲରୁ ଅଧିକ, ସଂଗ୍ରହ ଲକ୍ଷ୍ୟ ମାତ୍ର ୩୦.୩୪ଲକ୍ଷ କ୍ବିଣ୍ଟାଲ

ଭବାନୀପାଟଣା: ଚଳିତ ବର୍ଷ କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ନଭେମ୍ବର ୧୫ ତାରିଖରୁ ୨୩୬ଟି ମଣ୍ଡିରେ ଆରମ୍ଭ ହେବ। ସେଥି ପାଇଁ ଜିଲା ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରି ସାରିଥିବା ଜିଲା ଯୋଗାଣ ବିଭାଗ ଅଧିକାରୀ ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଖରିଫରେ ଧାନ କିଣା ଚାଉଳ ସଂଗ୍ରହ ପାଇଁ ୨୧ ଲକ୍ଷ ୪ ହଜାର କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯାହା କୃଷି ବିଭାଗ ଧାନ ଉତ୍ପାଦନ ଉପରେ ପ୍ରାଥମିକ ଭାବେ ଧାର୍ଯ୍ୟ କରିଥିବା (୧କୋଟି ୪ଲକ୍ଷ ୭ ହଜାର ୪୧୭ କ୍ୱିଣ୍ଟାଲ) ଧାନ ଠାରୁ ମାତ୍ର ଏକ ତୃତୀୟାଂଶ ଧାନ ଅର୍ଥାତ ୩୦୩୪୧୧୭ କ୍ୱିଣ୍ଟାଲ ଧାନ ବର୍ତ୍ତମାନ କିଣିବା ପାଇଁ ସରକାର କଳାହାଣ୍ଡି ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ସେଥିପାଇଁ ବର୍ତ୍ତମାନ ସୁଧା ୮୪୦୫୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରି ସାରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଧା ବିଭିନ୍ନ ମଣ୍ଡିରେ ପ୍ରତିଦିନ କେତେ ଧାନ କ୍ରୟ କରାଯିବ ସେଥିପାଇଁ ଚାଷୀଙ୍କୁ ଟୋକନ ଦେବାର ବ୍ୟବସ୍ଥା ଠିକ୍‌ ଭାବରେ କରାଯାଇ ନଥିବା ଦେଖିବାକୁ ମିଳୁଛି। ନିର୍ଦ୍ଧାରିତ ତାରିଖ ଅର୍ଥିତ୍‌ ନଭେମ୍ବର ୧୫ରୁ ଧାନ କ୍ରୟ ଆରମ୍ଭ ହେବ ନା ପୂର୍ବ ବର୍ଷ ପରି ପୁଣି ମିଲର୍ସଙ୍କୁ ନେଇ ଧାନ ସଂଗ୍ରହ ଡେରି ହେବ ତାହା ୧୫ ତାରିଖରେ ହିଁ ଜଣା ପଡ଼ିବ। କଳାହାଣ୍ଡି ଜିଲାର ଗତ ୨୦୧୯-୧୦ ଆର୍ଥିକ ବର୍ଷରେ ଜିଲ୍ଲାର ଧାନକ୍ରୟ କମିଟି ବୈଠକରେ ଧାର୍ଯ୍ୟ କରାଯାଇଥିବା ତାରିଖ ଅର୍ଥିତ ନଭେମ୍ବର ୧ ତାରିଖ ୨୦୧୯ରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା କଥା କିନ୍ତୁ ବିଭିନ୍ନ କାରଣରୁ ୨୦ ଦିନ ବିଳମ୍ବ ଅର୍ଥିତ୍‌ ୨୦୧୯ ନଭେମ୍ବର ୨୦ ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୧୯-୨୦ ଖରିଫରେ ରାଜ୍ୟ ସରକାର କଳାହାଣ୍ଡି ଜିଲାରୁ ୪୪୫୫୮୮୨ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରିଥିଲେ। ସେଥିପାଇଁ ୭୨୮୪୨ ଜଣ ଚାଷୀ ନିଜର ନାମ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୬୩୭୩୭ ଜଣ ଚାଷୀଙ୍କ ଠାରୁ ୪୪୨୬୪୦୫.୫୭ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା। ସେହିପରି ୨୦୨୦-୨୧ ଖରିଫ ପାଇଁ ରାଜ୍ୟ ସରକାର କଳାହାଣ୍ଡି ଜିଲାରୁ ଧାନ କିଣା ଚାଉଳ ସଂଗ୍ରହ ପାଇଁ ୨୧ଲକ୍ଷ ୪ ହଜାର କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେଥିପାଇଁ ୩୦୩୪୧୧୭ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ଜିଲାର ସମସ୍ତ ୪ଟି ବ୍ଲକରେ ଧାନ ଚାଷ ପ୍ରାୟ ଭଲ ହୋଇଛି। ପ୍ରତି ବର୍ଷ ଅପେକ୍ଷା ଚଳିତ ବର୍ଷ ଧାନ ଉତ୍ପାଦନ ଅଧିକ ହେବାର ସମ୍ଭାବନା ରହିଛି। ଯାହାକୃଷି ବିଭାଗ ଦେଇଥିବା ଧାନ ଉତ୍ପାଦନ ରିପୋର୍ଟ ତୁଳନାରେ ଏକତୃତୀୟାଂଶ ଧାନ ଯୋଗାଣ ବିଭାଗ ସଂଗ୍ରହ କରିବା ପାଇଁ ନିର୍ଦ୍ଧାରିତ କରିଛି। ଚଳିତ ଖରିଫରେ ଜିଲାରେ ୨ଲକ୍ଷ ୪୫୮ ହେକ୍ଟର ଜମିରେ ଧାନଚାଷ ହୋଇଛି। ପ୍ରତି ହେକ୍ଟର ପିଛା ୫୧.୨୩ କ୍ୱିଣ୍ଟାଲ ହିସାବରେ ପ୍ରାୟ ୧ କୋଟି ୪ଲକ୍ଷ ୭ ହଜାର ୪୧୭ କ୍ୱିଣ୍ଟାଲ ଧାନ ଉତ୍ପାଦନ ହେବ ବୋଲି କୃଷି ବିଭାଗ ପ୍ରାଥମିକ ଆକଳନ କରିଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ ପାଇଛି। ବର୍ତ୍ତମାନ ସୁଧା ୮୪ ହଜାର ୫୩ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଛନ୍ତି। ବର୍ତ୍ତମାନ ସରକାର ଚାଉଳ ଓ ଧାନ ସଂଗ୍ରହ ଲକ୍ଷ ଧାର୍ଯ୍ୟକୁ ଦେଖି ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯୋଗାଣ ବିଭାଗ ଏହାକୁ ପ୍ରଥମ ପର୍ଯ୍ୟାୟ ଟାର୍ଗେଟ ବୋଲି କହୁଥିଲେ ମଧ୍ୟ ଗତ ୨୦୧୯-୨୦ ଖରିଫରେ ଧାନ ବିକ୍ରି ସମୟରେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ। ଏଥର ସେହି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକା ଆଶଙ୍କା ରହିଥିବା ବେଳେ ବାଧ୍ୟ ହୋଇ ଚାଷୀ ବଳକା ଥିବା ବହୁ ପରିମାଣ ଧାନକୁ ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ବହୁ କମ୍‌ ମୂଲ୍ୟରେ ମିଲର୍ସ ଓ ଦଲାଲଙ୍କ ହାତକୁ ଟେକି ଦେବାକୁ ବାଧ୍ୟ ହେବ ବୋଲି ଚାଷୀମାନେ ବର୍ତ୍ତମାନ ଠାରୁ ମନରେ ଆଶଙ୍କା ପ୍ରକାଶ କରୁଛନ୍ତି। ଜିଲାରେ ଚଳନ୍ତି ଖରିଫରେ ପେକ୍ସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ମିଶି ୧୩ଟି ବ୍ଲକରେ ୨୩୬ ମଣ୍ଡି ଖୋଲିବା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ବର୍ତ୍ତମାନ ସୁଧା ୫୬ଟି ରାଇସ୍‌ ମିଲର ଧାନ ଉଠାଣ କରିବା ପାଇଁ ସ୍ଥିର ହୋଇଛି। ଗତବର୍ଷ ଠାରୁ ଚଳନ୍ତି ବର୍ଷ ଧାନ ଉତ୍ପାଦନ ଅହେତୁକ ଭାବରେ ବୃଦ୍ଧି ପାଇ ଓ ସରକାର ଧାନ ଉତ୍ପାଦନକୁ ଆଖି ଆଗରେ ରଖି ଜିଲାରେ ଅଧିକରୁ ଅଧିକ ଧାନ ସଂଗ୍ରହ ପାଇଁ ଲକ୍ଷଧାର୍ଯ୍ୟ ବର୍ତ୍ତମାନ ଠାରୁ ସ୍ଥିର କରିବା ପାଇଁ ଚାଷୀମାନେ ଦାବି କରୁଛନ୍ତି। ଜିଲାର ସବୁ ମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ ପାଇଁ ଏନାଲାଇବର ମେସିଲ ଲଗାଯିବ। ଚାଷୀମାନେ ତରତର ହୋଇ ସିଧା ଖଳାରୁ ଧାନ ମଣ୍ଡିକୁ ନ ଆଣି ଉକ୍ତ ଧାନକୁ ଭଲକରି ଶୁଖାଇ, ଉଡ଼ାଇ ସାରି ଏଫ.ଏ.କ୍ୟୁ ମାନର ଧାନ ପ୍ରସ୍ତୁତ କରି ମଣ୍ଡିକୁ ଆଣିବାକୁ ଜିଲା ଯୋଗାଣ ଅଧିକାରୀ ଶ୍ରୀ ଦାସ ଚାଷୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମସ୍ତ ମଣ୍ଡିକୁ ଆସୁଥିବା ଚାଷୀ ଧାନକୁ ବିକ୍ରି କରିବା ପର୍ଯ୍ୟନ୍ତ ମଣ୍ଡିରେ ସୁରକ୍ଷିତ ରଖିବ ଓ ଚାଷୀମାନଙ୍କ ପାଇଁ ସେଡ୍‌ ପିଇବା ପାଣି, ବିଦ୍ୟୁତ୍‌ ଆଦି ସମସ୍ତ ଆନୁସଙ୍ଗିକ ଯୋଗାଇ ଦେବା ପାଇଁ ଦାବି ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories