www.samajalive.in
Thursday, December 11, 2025
16.1 C
Bhubaneswar

ଗୁଇନ୍ଦା ରିପୋର୍ଟ: ଅନୁପ୍ରବେଶ ଅପେକ୍ଷାରେ ଶତାଧିକ ଆତଙ୍କବାଦୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ କେତେକ ପ୍ରମୁଖ ସହର ଓ ଜାମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟାଇବା ଲାଗି ଶତାଧିକ ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ଏହି ଆତଙ୍କବାଦୀଙ୍କ ମଧ୍ୟରେ କିଛି ଆଫଗାନ ମଧ୍ୟ ଅର୍ନ୍ତଭୁକ୍ତ। ଏ ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବାହିନୀଙ୍କୁ ହାଇଆଲର୍ଟ ଜାରି କରାଯାଇଛି।

ସୂଚନା ଅନୁସାରେ ପାକିସ୍ତାନ ମାଟିରେ ପ୍ରତିପାଳିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ) ଅଧୀନରେ ଆଫଗାନିସ୍ତାନର ୧୫ ଜଣ ଆତଙ୍କବାଦୀ ସମ୍ପ୍ରତି ପିଓକେର ଲିପା ଉପତ୍ୟକାରେ ସୀମାପାର ଆକ୍ରମଣ ଉଦ୍ଦେଶ୍ୟରେ ଅଛନ୍ତି। ଏହି ଉପତ୍ୟକାର ବିପରୀତ ଦିଗରେ ଭାରତର ତାଙ୍ଗଦର ଉପତ୍ୟକା ରହିଛି। ଭାରତ ପାକିସ୍ତାନ ସୀମା ନିକଟସ୍ଥ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ସର୍ବାଧିକ ଗତିବିଧି ଲକ୍ଷ୍ୟ କରାଯାଏ। ପାକିସ୍ତାନୀ ସ୍ବତନ୍ତ୍ର ସେବା ଗ୍ରୁପର କମାଣ୍ଡୋମାନଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରାଯାଇ ଭାରତର କେରାନ ଓ ପୁଞ୍ଚ ନିକଟସ୍ଥ ପିଓକେରେ ରଖାଯାଇଛି। ଭାରତରେ ପୂର୍ବରୁ ଆତଙ୍କବାଦୀ ହାମଲା କରିଥିବା ଅଗଷ୍ଟ ୧୯ ଓ ୨୦ରେ ବାହାବଳପୁରଠାରେ ଅନୁଷ୍ଠିତ ଜେଇଏମ ବୈଠକରେ ଜେଇଏମ ମୁଖ୍ୟ ମାସୁଦ ଆଝାରର ଭାଇ ମୁଫତି ରାଉଫ ଅସଗର ଏହି ଅନୁପ୍ରବେଶ ପାଇଁ ନିର୍ଦେଶ ଦେଇଥିବା ରିପୋର୍ଟ ମିଳିଛି। ଜାମ୍ମୁ କାଶ୍ମୀରରେ ନିଜର ସାଂଗଠିନକ ନେତୃତ୍ବ ବୃଦ୍ଧି କରିବା ସହିତ ସଂଗଠନକୁ ଅଧିକ ମଜବୁତ କରିବାକୁ ସେ ଆହ୍ବାନ ଦେଇଛି। ବିଗତ ୬ ମାସ ମଧ୍ୟରେ ସୁରକ୍ଷା ବାହିନୀ ଗୁଳିରେ ବହୁ ସଂଖ୍ୟକ ଆଞ୍ଚଳିକ ଆତଙ୍କବାଦୀ ପ୍ରାଣ ହରାଇବା ଘଟଣାକୁ ଦୃଷ୍ଟିରେ ରଖି ଅସଗର ଏହି ପଦକ୍ଷେପ ନେଇଛି। ଜାମ୍ମୁ କାଶ୍ମୀରରେ ଏବେ ଲସ୍କର ଏବଂ ହିଜବୁଲ ମୁଜାହିଦ୍ଦିନ ସକ୍ରିୟ ଥିବା ବେଳେ ପିଓକେରୁ ଆଗାମୀ ଦିନରେ ଅଧିକ ଆତଙ୍କବାଦୀ ନିଯୁକ୍ତ କରି ଏମାନଙ୍କୁ ମନଶେରାଠାରେ ୧୦ ଦିନିଆ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସୀମାରେ ଯୁଦ୍ଧବିରତି ଉଲ୍ଲଙ୍ଘନ ବେଳେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା ଦେବା ଭଳି ଢଙ୍ଗରେ ଗୁଳିମାଡ଼ କରୁଥିବା ଭାରତୀୟ ସୁରକ୍ଷାବାହିନୀ ଲକ୍ଷ୍ୟ କରିଛି। ପାକିସ୍ତାନ ମଧ୍ୟ କାଶ୍ମୀର ପ୍ରସଙ୍ଗ ଜଟିଳ ବୋଲି ଅନ୍ତର୍ଜାତୀୟସ୍ତରରେ ଉପସ୍ଥାପନା କରିବା ଲାଗି ଏକ ସୁଚିନ୍ତିତ ଯୋଜନା କରିଥିବା ଜଣାପଡିଛି। ବିଶେଷକରି ଯଦି ଆତଙ୍କବାଦୀ ହାମଲା ହୁଏ ତା’ହେଲେ ପାକିସ୍ତାନ ଏହାର ମନ୍ଦ ଯୋଜନାକୁ ସଫଳ କରିବା ସହଜ ହେବ। ଭାରତୀୟ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଦେବରାଜ ଅନବୁଙ୍କ ନାମରେ ମିଥ୍ୟା ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ଭୁଲ ଖବର ପ୍ରଚାର କରାଯିବା ଏହାର ଏକ ଉଦାହାରଣ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories