www.samajalive.in
Sunday, December 14, 2025
19.1 C
Bhubaneswar

ବିଶିଷ୍ଟ ରେଳ ସେବା ପୁରସ୍କାର: ସମ୍ବଲପୁର ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍ଡ ପୁରସ୍କାର

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ଭୁବନେଶ୍ୱରର ରେଳ ଅଡିଟୋରିୟମଠାରେ ୨୦୨୪ ପାଇଁ ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୋଟ ୪୯ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି। ବିଭିନ୍ନ ରେଳ ମଣ୍ଡଳ ଏବଂ ରେଳ ୟୁନିଟ ଗୁଡ଼ିକର କାର୍ଯ୍ୟଦକ୍ଷତା ପାଇଁ ଦକ୍ଷତା ସିଲ୍ଡ ପ୍ରଦାନ କରାଯାଇଛି।
ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ଦ୍ୱାରା ସମ୍ବଲପୁର ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍ଡ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଶ୍ରେଷ୍ଠ ସ୍ବଚ୍ଛ ଷ୍ଟେସନ୍ ସିଲ୍ଡସ୍ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଧୀନରେ ଥିବା ପୁରୀ ଏବଂ ହରିଦାସପୁର ଷ୍ଟେସନକୁ ପରିଚ୍ଛନ୍ନତା ପାଇଁ ଦିଆଯାଇଛି। ପୁରୀ ଷ୍ଟେସନକୁ ବଡ଼ ଷ୍ଟେସନ ସ୍ୱଚ୍ଛତା ସିଲ୍ଡ ଏବଂ ହରିଦାସପୁର ଷ୍ଟେସନକୁ ଛୋଟ ଷ୍ଟେସନ ସ୍ୱଚ୍ଛତା ସିଲ୍ଡ ପ୍ରଦାନ କରାଯାଇଛି। ରେଳ କର୍ମଚାରୀଙ୍କୁ ଉଦବୋଧନ ଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ସେମାନଙ୍କର ପ୍ରତିବଦ୍ଧତା ଏବଂ ଦାୟିତ୍ୱ ପୂରଣ କରିବାରେ ଅତୁଳନୀୟ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

- Advertisement -

ପୁରସ୍କାର ସମାରୋହରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ)ର ସଭାପତି କବିତା ଫୁଙ୍କୱାଲ, ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ସମସ୍ତ ବିଭାଗୀୟ ପ୍ରମୁଖ ଓ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକମାନେ ଯୋଗ ଦେଇଥିଲେ। ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ବି.କେ.ମିଶ୍ର ଅତିଥିଙ୍କୁ ସ୍ୱାଗତ କରିବା ସହ ପୁରସ୍କାରର ମହତ୍ତ୍ୱ ଉପରେ ଆଲୋକପାତ କରିଥିବାବେଳେ ଉପମହାପ୍ରବନ୍ଧକ କେ.କେ.ଖାଡ଼ଙ୍ଗା କାର୍ଯ୍ୟକ୍ରମକୁ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories