କଣ୍ଟାବାଞ୍ଜି: ଅନଲାଇନ ବେଟିଂର ପର୍ଦ୍ଦାପାଶ କଲା ବଲାଙ୍ଗିର ପୁଲିସ। ଅନଲାଇନ ବେଟିଂ ଗେମ ମାମଲାରେ ୫ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ୩ ଲ୍ୟାପଟପ, ବ୍ୟାଙ୍କ ପାସବୁକ ସହ ୧୮ ମୋବାଇଲ ଜବତ ହୋଇଛି। କଣ୍ଟାବାଞ୍ଜି ସହର ସହ ରାଜ୍ୟ ବାହାରେ ଅନଲାଇନ ବେଟିଂ ଗେମ ଚାଲିଥିଲା। ପୁଲିସ ଖବର ପାଇ ସେଠାରେ ଚଢ଼ାଉ ପରେ ୫ଜଣଙ୍କୁ ଗିରଫ କରିଥିଲା। ଅପରପକ୍ଷରେ ଅନଲାଇନ ବେଟିଂ ଗେମର ମାଷ୍ଟରମାଇଣ୍ଡ ଖସିଯାଇଥିବା ସୂଚନା ମିଳିଛି।
Popular Categories



