www.samajalive.in
Sunday, December 7, 2025
13.1 C
Bhubaneswar

ଆକାଶରୁ ଖସୁଛି ରକେଟ; ସପ୍ତାହକ ଭିତରେ ଭୂପୃଷ୍ଠରେ ପଡିବ

ୱାଶିଂଟନ: ଆକାଶରେ ନିୟନ୍ତ୍ରଣ ହରାଇଛି ଏକ ରକେଟ। ରକେଟଟି ଏବେ ତଳକୁ ଖସିବା ଆରମ୍ଭ କରିଛି। ସପ୍ତାହକ ଭିତରେ ଭୂପୃଷ୍ଠରେ ଆସି ପଡିବ। ଏହି ବିଶାଳକାୟ ରକେଟ କେଉଁଠି ପଡିବ ତାହା ଜଣାପଡିନାହିଁ। ଏବେ ଏହାକୁ ନେଇ ଚିନ୍ତାରେ ବିଶ୍ୱବାସୀ। ବିଶାଳ ରକେଟ ଯଦି କେଉଁ ଜନବସତି ଅଞ୍ଚଳରେ ଖସିପଡେ ତେବେ ବିପୁଳ ଧନଜୀବନ କ୍ଷୟକ୍ଷତି ଘଟାଇବା ଆଶଙ୍କା ରହିଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା କହିଛି ସମ୍ଭବତଃ ଚଳିତ ମାସ ୮ ତାରିଖରେ ଏହା ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରିବ। କିନ୍ତୁ କେଉଁ ସ୍ଥାନରେ ଏହା ପ୍ରବେଶ କରିବ ତାହା କହି ହେଉନାହିଁ।
ଏହି ରକେଟକୁ ଚୀନ ମହାକାଶକୁ ଛାଡିଥିଲା। ଲଙ୍ଗ ମାର୍ଚ୍ଚ ୫ବି ନାମକ ଏହି ରକେଟକୁ ଚୀନ ତାହାର ତିଆନେ ସ୍ପେଶ ଷ୍ଟେସନ ପାଇଁ ପ୍ରଥମ ମଡ୍ୟୁଲ ନିମନ୍ତେ ପ୍ରସ୍ତୁତ କରିଥିଲା। ତିଆନେ ମଡ୍ୟୁଲକୁ ଧରି ୩୦ ମିଟର ଦୀର୍ଘ ଲଙ୍ଗ ମାର୍ଚ୍ଚ ୫ବି ରକେଟ ଚୀନର ଦକ୍ଷିଣକୁ ଥିବା ହାଇନାନ ଦ୍ୱୀପ ପ୍ରଦେଶର ୱେନଚାଙ୍ଗ ମହାକାଶ ଯାନ ଉତ୍‍କ୍ଷେପଣ କେନ୍ଦ୍ରରୁ ଏପ୍ରିଲ ୨୯ରେ ମହାକାଶକୁ ପଠାଯାଇଥିଲା। ଏହି ମାନବ ବିହୀନ ମଡ୍ୟୁଲକୁ ପୃଥିବୀର ନିମ୍ନ କକ୍ଷପଥକୁ ନେଇଯିବା ପରେ ଲଙ୍ଗ ମାର୍ଚ୍ଚ ୫ବି ନିଜେ ଏକ ଅସ୍ଥାୟୀ କକ୍ଷପଥରେ ପହଞ୍ଚିଥିଲା। କିନ୍ତୁ ତାହାପରେ ରକେଟଟି ନିୟନ୍ତଣ ବାହାରକୁ ଚାଲିଯାଇଥିଲା। ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହା ଉକ୍ତ ରକେଟ ଉପରେ ବରାବର ନଜର ରଖିଛି। ଏହା ଚଳିତ ମାସ ୮ ତାରିଖରେ ପୃଥିବୀର ବାୟୁମଣ୍ଡଳମଧ୍ୟକୁ ପୁନଃପ୍ରବେଶ କରିବା ଆଶା କରାଯାଉଛି। କିନ୍ତୁ ଏହା କେଉଁ ସ୍ଥାନରେ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବ ତାହା ଏଯାଏ ଜଣାପଡିନାହିଁ। ଇତିମଧ୍ୟରେ ଏକ ମହାକାଶ ନିରୀକ୍ଷଣକାରୀ ୱେବସାଇଟ ସୂତ୍ରକୁ ଆଧାର କରି ଫକ୍ସ ନ୍ୟୁଜ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧୦୦ ଫୁଟର ଏକ ବସ୍ତୁ ପୃଥିବୀକୁ ପ୍ରତି ୯୦ ମିନିଟରେ ପ୍ରଦକ୍ଷିଣ କରୁଛି। ସମ୍ଭବତଃ ଏହା ପୃଥିବୀ ପୃଷ୍ଠରେ କୋ÷ଣସି ସମୁଦ୍ର ଅଥବା ଜନଶୂନ୍ୟ ସ୍ଥଳରେ ଖସିବା ଅନୁମାନ କରିଛି ଏହି ୱେବସାଇଟ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories