www.samajalive.in
Monday, December 15, 2025
27.1 C
Bhubaneswar

କୃଷକଙ୍କ ଦ୍ୱାରା ବିକଶିତ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଉ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ କୃଷକଙ୍କ ଦ୍ୱାରା ବିକଶିତ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ଉପଯୁକ୍ତ ଜ୍ଞାନକୌଶଳର ବିକାଶ ନିମନ୍ତେ ସେ ଉପସ୍ଥିତ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଥିଲେ। କୁଳପତି ଶ୍ରୀ ପଶୁପାଳକ ସାମ୍ପ୍ରତିକ ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ।
ବିଶ୍ୱବିଦ୍ୟାଳୟରେ ଏକୀକୃତ ସେମିଷ୍ଟର କ୍ୟାଲେଣ୍ଡର ପ୍ରବର୍ତ୍ତନ କରାଯିବା ଫଳରେ ସଠିକ୍‌ ସମୟରେ ପରୀକ୍ଷା ପରିଚାଳନା ଏ ଫଳ ପ୍ରକାଶନ ହୋଇପାରୁଛି। ଚଳିତବର୍ଷ ଶେଷବର୍ଷର ଛାତ୍ରଛାତ୍ରୀ ‘ଗାଁକୁ ଯିବା ଚାଷୀଙ୍କୁ ଭେଟିବା’ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳର ଚାଷୀଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଯିବା ସହ ସମାଧାନର ଉପାୟ ବାହାର କରୁଛନ୍ତି। ସେହିପରି ନିକଟ ଅତୀତରେ ବିକଶିତ ହୋଇଥିବା ୫ଟି ଧାନ କିସମ ଓ ଆଖୁ କେନ୍ଦ୍ର ସରକାରଙ୍କ କମିଟି ଦ୍ୱାରା ମଞ୍ଜୁର ପାଇଛି। ବିଶ୍ୱବିଦ୍ୟାଳୟ ବୌଜ୍ଞାନିକଙ୍କ ଦ୍ୱାରା ବିକାଶ କରାଯାଇଥିବା ନୂତନ ଫସଲ କିସମ, ମାଣ୍ଡିଆ ଥ୍ରେସର ଓ ପର୍ଲର, ହଂସଲି କୁକୁଡ଼ା ଆଦିର ପଞ୍ଜିକରଣ କରାଯାଇଛି ବୋଲି ଶ୍ରୀ ପଶୁପାଳକ ସୂଚନା ଦେଇଥିଲେ। କୃଷକଙ୍କ ଆୟ ବୃଦ୍ଧି କରିବା ଲାଗି ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ମହିଳା କୃଷକଙ୍କ ଲାଗି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଆର୍ୟା, ନାରୀ, ଦକ୍ଷତା, ବାଟିକା ଆଦି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କୃଷିକାର୍ଯ୍ୟ ପାଇଁ ବିଭିନ୍ନ ସାମଗ୍ରୀ ପାଇବା ଓ କୃଷିଜାତ ସାମଗ୍ରୀ ବିକ୍ରି ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି ଉତ୍ପାଦକ ସଂଘ ଗଠନ କରାଯାଇଥିବା କଥା କୁଳପତି ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ ଗବେଷଣା ଓ ସମ୍ପ୍ରସାରଣ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅଭିନବ ଜ୍ଞାନକୌଶଳ ବିକାଶ କରିଥିବା କୃଷକଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ ଶ୍ରେଷ୍ଠ ମହିଳା ବୈଜ୍ଞାନିକ ଭାବେ ଡଃ ଅନୁପମା ବଳିଆରସିଂ, ସମ୍ପ୍ରସାରଣ ବୈଜ୍ଞାନିକ ଭାବେ ଡଃ ଅରବିନ୍ଦ ଦାସ, କୃଷି ବିଜ୍ଞାନ କେନ୍ଦ୍ର ଭାବେ ଅନୁଗୁଳ ଏବଂ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟର ବିଗତ ବର୍ଷର ସଫଳତାକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ପ୍ରାମାଣିକ ଚିତ୍ର, ସମାଚାର ପତ୍ର, ଗବେଷଣା ପତ୍ରିକା ଓ ଚାଷୀର ସଂସାର ପତ୍ରିକାକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ରାଉଳ ସ୍ୱାଗତ ଭାଷଣ ଦେଇଥିଲା ବେଳେ କୁଳସଚିବ ଶ୍ରୀମତୀ ସୁଷମାରାଣୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ଟେକ୍ନୋ ପାର୍କ କଟେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଅପରାହ୍ନରେ କୃଷକଙ୍କ ଅଭିନବ ଜ୍ଞାନକୌଶଳ ସମ୍ପକିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories