ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ଭୁବନେଶ୍ବର  : ନୀଳାଚଳ ସ୍ପୋର୍ଟ୍ସ ଫାଉଣ୍ଡେସନ ଆନୁକୂଲ୍ୟରେ ଓଡ଼ିଶା ଟେନିସ ପ୍ରିମିୟର ଲିଗ୍(ଓଟିପିଏଲ)ର ତୃତୀୟ ସଂସ୍କରଣ କିଟ୍‌ ବିଶ୍ବବିଦ୍ୟାଳୟ ଟେନିସ କୋର୍ଟରେ ବୁଧବାର ଆରମ୍ଭ ହୋଇଛି। ବୁଧବାର ୪ଟି ଲିଗ୍‌ ମ୍ୟାଚ କେନ୍ଦ୍ରାପଡା କଣ୍ଟେଣ୍ଡର୍ସ – ପାଉଲ ପାନସୋନିକ୍ ୱେଭର୍ସ ପୁରୀ ମଧ୍ୟରେ, କ୍ୟାପିଟାଲ କିଙ୍ଗ -ଭଦ୍ରକ ଭିକ୍ଟର୍ସ , କିଟ୍‌ କିଲର୍ସ – କଟକ କନ୍‌କ୍ୟୁୟର୍ସ ଓ ଭୁବନେଶ୍ବର ୱାରିୟର୍ସ- କେଜିଆଇ ଯାଜପୁର ସୁଟର୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରତିଯୋଗିତାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ, କିଟ୍‌ ଓ କିସ୍‌ ବିଶ୍ବବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦେଶକ ଅକ୍ଷୟ ପରିଜା, ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ଦିଲୀପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ପ୍ରତିଯୋଗିତାରେ ଭୁବନେଶ୍ବର ୱାରିୟର୍ସ ,କଟକ କନ୍‌କ୍ୟୁୟର୍ସ, ପୁରୀ ୱେଭର୍ସ, କେନ୍ଦ୍ରାପଡା କଣ୍ଟେଣ୍ଡର୍ସ, ଯାଜପୁର ସୁଟର୍ସ, ଭଦ୍ରକ ଭିକ୍ଟର୍ସ, କ୍ୟାପିଟାଲ କିଙ୍ଗ ଓ କି୍‌ଟ କିଲର ଦଳ ଅଂଶଗ୍ରହଣ କରିଛନ୍ତି। ଏଥିରେ ଓଡ଼ିଶା ଟେନିସ ଆସୋସିଏସନ ସ୍ବୀକୃତି ତଥା ଆଇଟା ମାନ୍ୟତାପ୍ରାପ୍ତ ୩୨ଜଣ ଖେଳାଳି ୮ଟି ଦଳ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି । ପ୍ରତିଯୋଗିତା ୮ରେ ଉଦ୍‌ଯାପିତ ହେବ।

Comments are closed.