କଟକ : ଚଳିତ ବର୍ଷ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ନିମନ୍ତେ ଫର୍ମ ପୂରଣ ଚଳିତମାସ ୧୨ ତାରିଖରୁ ଆରମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପ୍ରସ୍ତୁତି ଶେଷ କରିଛି। ବୋର୍ଡ ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ଲିଙ୍କ୍ ଦ୍ୱାରା କେବଳ ଅନ୍ଲାଇନ୍ ମାଧ୍ୟମରେ ଆବେଦନକାରୀ ଫର୍ମ ପୂରଣ କରିପାରିବେ। ୧୨ ତାରିଖ ପୂର୍ବାହ୍ଣ ୮ଟାରୁ ୱେବସାଇଟ୍ରେ ଲିଙ୍କ୍ ଉପଲବ୍ଧ ହେବ। ଅନ୍ଲାଇନ୍ ଟ୍ରାଞ୍ଜାକସନ୍ ମାଧ୍ୟମରେ ଆବେଦନକାରୀ ପରୀକ୍ଷା ଦେୟ ପଇଠ କରିପାରିବେ। ଏହା ୨୭ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଖୋଲା ରହିବ। ଆବେଦନକାରୀ ଷ୍ଟେଟ ବ୍ୟାଙ୍କ ଚାଲାଣ ମାଧ୍ୟମରେ ଅଫ୍ ଲାଇନରେ ଦେୟ ପଇଠ କରିପାରିବେ। ୨୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
Popular Categories



