www.samajalive.in
Saturday, December 6, 2025
19.1 C
Bhubaneswar

ଆରଆଇ ଅମିନ ମିଳିତ ପ୍ରିଲିମ୍‌ ଓ ମୁଖ୍ୟ ପରୀକ୍ଷା ରଦ୍ଦ, ଅଗଷ୍ଟ ୧୩ ସୁଦ୍ଧା ସାନି ବିଜ୍ଞପ୍ତି

ଡେସ୍କ: ବହୁ ବାଦବିବାଦ ପରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଡିଶା ସବ୍- ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ) ରାଜସ୍ୱ ନିରୀକ୍ଷକ, ଉପ ରାଜସ୍ୱ ନିରୀକ୍ଷକ, ଅମିନ, ସମନ୍ୱିତ ଶିଶୁ ବିକାଶ ସେବା ଓ ସର୍ବେକ୍ଷଣ ସଂଖ୍ୟାବିତ୍ତୀୟ କ୍ଷେତ୍ରୀୟ ସର୍ଭେୟର୍ ପରୀକ୍ଷା ରଦ୍ଦ କରିଛନ୍ତି। ବୁଧବାର ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ମହାଧିବକ୍ତା (ଆଡ଼ଭୋକେଟ ଜେନେରାଲ) ପିତାମ୍ବର ଆଚାର୍ଯ୍ୟ ହାଇକୋର୍ଟଙ୍କୁ ଜଣାଇଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏହି ସବୁ ପଦବୀ ପାଇଁ ହୋଇଥିବା ପ୍ରିଲିମିନାରୀ ପରୀକ୍ଷା ରଦ୍ଦ କରାଯାଇଥିବା ବେଳେ ଆସନ୍ତା ଅଗଷ୍ଟ ୧ରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମୁଖ୍ୟ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। ଆସନ୍ତା ୧୪ ଦିନ ମଧ୍ୟରେ ଅର୍ଥାତ ଅଗଷ୍ଟ ୧୩ ସୁଦ୍ଧା କମିଶନ ସାନି ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ତେବେ ପୂର୍ବରୁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଆଉ ଆବେଦନ କରିବାକୁ ପଡିବ ନାହିଁ।

- Advertisement -

ପୂର୍ବରୁ ଏହି ସବୁ ପଦବୀ ପାଇଁ ହୋଇଥିବା ମିଳିତ ପ୍ରିଲିମ ପରୀକ୍ଷାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହେବା ପରେ ସମସ୍ତ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ ଘୋଷଣା କରାଯାଇଥିଲା। ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ଖାଲିଥିବା ପଦବୀର ୫ ଗୁଣ ମୁଖ୍ୟ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବୋଲି ଉଲ୍ଲେଖ ଥିଲେ ମଧ୍ୟ ସମସ୍ତ ଆବେଦନକାରୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ କମିଶନ ସୁଯୋଗ ଦେଇଥିଲେ। ଫଳରେ ପୂର୍ବ ପ୍ରକାଶିତ ବିଜ୍ଞପ୍ତିର ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories