ପାତ୍ରପୁର : ସାମନ୍ତିଆ ପଲ୍ହୀ ରେଞ୍ଜ ତୁରୁବୁଡି ପଞ୍ଚାୟତ ଉଲୁମା ଠାକୁର ଅଭିରାମ ପରମହଂସ ଆଶ୍ରମଠାରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୃକ୍ଷରୋପଣ ନିମନ୍ତେ ଜମିରେ ପୂଜା ପାଠ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଯୋଗଦେଇ ନଡ଼ିଆ ଭାଙ୍ଗି ପ୍ରଥମେ ଔଷଧୀୟ କଦମ୍ବ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଆଗାମୀ ପିଢ଼ି ନିମନ୍ତେ ବୃକ୍ଷ ରୋପଣ ଜରୁରୀ ହୋଇଥିବାବେଳେ ସମସ୍ତେ ବୃକ୍ଷ ରୋପଣ କରିବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ଜଳସେଚନ ବିଭାଗ ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ ସଞ୍ଜୀବ କୁମାର ଦାସ ଶର୍ମା, ସମାଜ ସେବୀ ମୋହନ ରାଓ, ରବୀନ୍ଦ୍ର କୁମାର ଦ୍ୟାନ ସାମନ୍ତରା, ସିମାଞ୍ଚଳ ସାହୁ, ଭୁଲେଶ୍ୱର୍ ସାହୁ, ପ୍ରଦୀପ କୁମାର ସାହୁ ,ସମିତି ସଭ୍ୟ ଭାରତ ଭୂଷଣ ସାହୁ, ଓକିଲ ଶବର ସନ୍ତୋଷ ଦାସ, ମୃତ୍ୟୁଞ୍ଜୟ ପ୍ରଧାନ ଦେବ ମହାନ୍ତି, ସୁମନ ପଟ୍ଟନାୟକ, ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ୧୦୧ ଗୋଟି ଚାରା ରୋପଣ କରିଥିଲେ।
Popular Categories



