www.samajalive.in
Monday, December 8, 2025
13.1 C
Bhubaneswar

ସିପାହି ନିଯୁକ୍ତି ପାଇଁ ଦୌଡ଼ି ଯୁବକ ମୃତ

କଟକ : ସିପାହି ନିଯୁକ୍ତି ଲାଗି ଚାଲିଥିବା ଦୌଡ଼ ପ୍ରତିଯୋଗିତାବେଳେ ଜଣେ ଯୁବକ ଅସୁସ୍ଥ ହୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ୍ୟୁକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ତାହାକୁ ଦୃଷ୍ଟିରେ ରଖି ପୁଲିସ ଏସକର୍ଟ ମଧ୍ୟରେ ଶବକୁ ତାଙ୍କ ଗ୍ରାମକୁ ନେଇ ପରିବାରକୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ମୁତାବକ
କଳାହାଣ୍ଡିସ୍ଥିତ ନବମ ଆଇଆରବି ବାଟାଲିୟନ୍‍ରେ ଖାଲି ପଡିଥିବା ୩୭ଟି ସିପାହି ପଦରେ ନିଯୁକ୍ତି ପାଇଁ ଚୂଡାନ୍ତ ହୋଇଥିଲା। ତଦ୍‍ନୁଯାୟୀ ଷ୍ଟେଟ୍‍ ସିଲେକ୍‍ସନ୍‍ ବୋର୍ଡ ବିଜ୍ଞାପନ ପ୍ରକାଶ ପରେ ନରସିଂହପୁର ଥାନା ଅନ୍ତର୍ଗତ ରମେଶ ପ୍ରଧାନଙ୍କ ପୁଅ ସୁରେଶ କୁମାର ପ୍ରଧାନ(୨୨) ଆବେଦନ କରିଥିଲେ। ୬ତାରିଖରୁ ସିପାହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଓଏମପି ଷଷ୍ଠ ବାଟାଲିୟନ ପଡିଆରେ ଇତିମଧ୍ୟରେ ପ୍ରାର୍ଥୀମାନଙ୍କ ୧.୬ କିମି ଦୌଢ଼ ଓ ସନ୍ତରଣ ପରୀକ୍ଷା ଶେଷ ହୋଇଥିବାବେଳେ ଆଜି ୫କିମି କ୍ରସ୍‍କଣ୍ଟ୍ରି ଦୌଡ଼ ଚାଲିଥିଲା। ଚହଟା ଛକରୁ ନରାଜ ରାସ୍ତାରେ ଏହି ଦୌଡ଼ ସକାଳ ୧୦ଟା ୧୫ରେ ଆରମ୍ଭ ହୋଇଥିଲା। ପ୍ରାର୍ଥୀମାନେ ୩ କିମି ଦୌଡ଼ିବା ପରେ ସେମାନଙ୍କ ମଧ୍ୟରୁ ସୁରେଶ ଓ ଅନ୍ୟଜଣଙ୍କର ଛାତିରେ ପ୍ରବଳ ଯନ୍ତ୍ରଣା ହେବା ସହିତ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା। ସୁରେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହୋଇପଡିବାରୁ ହୃଦ୍‍ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସୁରେଶ ଚିକିତ୍ସାଧୀନ ଥିବାବେଳେ ଅପରାହ୍ଣ ୩ଟା ୧୫ରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରମାନେ ଘୋଷଣା କରିଥିଲେ। ମଙ୍ଗଳାବାଗ ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅନ୍ୟଜଣେ ଅସୁସ୍ଥ ପ୍ରାର୍ଥୀଙ୍କ ସ୍ୱାସ୍ଥାବସ୍ଥାରେ ଉନ୍ନତି ଘଟିଥିବା ଇନ୍ସପେକ୍ଟର ଅରୁଣକୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories