www.samajalive.in
Friday, December 12, 2025
27.1 C
Bhubaneswar

ସ୍ବାସ୍ଥ୍ୟସେବାକୁ ମୋ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍ବାସ୍ଥ୍ୟସେବାକୁ ମୋ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ୨୦୨୫ ସୁଦ୍ଧା ସମସ୍ତଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମେ ଭିଜନ- ୨୦୨୫ ପ୍ରସ୍ତୁତ କରୁଛୁ । ‘ମୋ ସରକାର’ ଅଭିଯାନର ୫-ଟିରେ ସ୍ବାସ୍ଥ୍ୟସେବାକୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଶୁକ୍ରବାର ସୋଆ ବିଶ୍ବ ବିଦ୍ୟାୟଳୟରେ ‘ଅର୍ଥୋଡୋନିକ’ ସମ୍ମେଳନରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ ଗହ୍ବର ଜନିତ ସ୍ବାସ୍ଥ୍ୟ ସମସ୍ୟା ବେଳେବେଳ ସାଧାରଣ ସ୍ବାସ୍ଥ୍ୟ  ଉପରେ ଅନେକ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି । ଓଡ଼ିଶାର ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ୪୩୭ ସ୍ବାସ୍ଥ୍ୟକେନ୍ଦ୍ରରେ ଦନ୍ତଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସେହି କେନ୍ଦ୍ରଗୁଡିକ ପକ୍ଷରୁ ମଧ୍ୟ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରାଯାଉଛି।

- Advertisement -

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ଆପ୍ ର ଶୁଭାରମ୍ଭ କରିଥିଲେ। ଏହି ସମ୍ମେଳନ ଦନ୍ତ ଚିକିତ୍ସା ଏବଂ ତତ୍ ସମ୍ବନ୍ଧୀୟ ରୋଗ ନିଦାନ କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ‘ଅର୍ଥୋଡୋନିକ’ ସଂଘର ସଭାପତି ଡ଼କ୍ଟର ପ୍ରଦୀପ ଜୈନ, ସଂପାଦକ ଶ୍ରୀଦେବୀ ପଦ୍ବନାଭନ୍ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories