ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲିରେ ସାମିଲ ହେବା ପାଇଁ ସୋସିଆଲ ମିଡ଼ିଆରେ ନିଆରା ଢଙ୍ଗରେ ପ୍ରଚାର

ଭୁବନେଶ୍ବର: ଆସନ୍ତା କାଲି ନିଆରେ ଢଙ୍ଗରେ ପ୍ଲାଟିନମ ଜୁବୁଲି ପାଳନ କରିବାକୁ ଯାଉଛି ଉତ୍କଳ ବିଶ୍ବବିଦ୍ୟାଳୟ। ସାମାଜିକ ଗଣମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଭିଡ଼ିଓ କ୍ଲିପ ମାଧ୍ୟମରେ ଏଠାରେ ପାଠପଢି ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ପ୍ଲାଟିନମ ଜୁବୁଲିରେ ସାମିଲ ହେବା ପାଇଁ ବାର୍ତ୍ତା ଦେଉଛନ୍ତି।

“ଯେଉଁ ଅନୁଷ୍ଠାନ ଆମକୁ ଠିଆ କରାଇଛି ତାର ଜନ୍ମୋତ୍ସବ ପାଇଁ କାହାର ଅନୁରୋଧ ବା ନିମନ୍ତ୍ରଣକୁ କାହିଁକି ଅପେକ୍ଷା କରିବା। ନିଜ ପରିବାରର ଉତ୍ସବ ଭାବି ସମସ୍ତେ ଆସି ସାମିଲ ହେବେ ତେବେ ଏହା ମହୋତ୍ସବରେ ପରିଣତ ହେବ। ମାଆର ଋଣ ଯେମିତି ସୁଝି ହୁଏନି ସେମିତି ଅନୁଷ୍ଠାନର ଋଣ ସୁଝିବାକୁ ଚେଷ୍ଟା କରିବା, ଏହା ଏକ ପବିତ୍ର ମାନସିକତା। ସୁଯୋଗ ସବୁବେଳେ ଆସେନାହିଁ ଯେତେବେଳେ ଆସିଛି ହାତଛଡ଼ା ନ କରି ଭରପୁର ବିନିଯୋଗ କରିବା ପାଇଁ ବାର୍ତ୍ତା ଦିଆଯାଇଛି।” ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ:

ଯେଉଁ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା ଦିନଠାରୁ ଆଜି ଯାଏଁ ସାରା ଦୁନିଆକୁ ଅନେକ ପ୍ରତିଭାଙ୍କୁ ଭେଟି ଦେଇଛି, ଏଠାରେ ପଢିଥିବା ଛାତ୍ରଛାତ୍ରୀଙ୍କୁ ବଞ୍ଚିବା ପାଇଁ ଜୀବନର ବାଟ ଦେଖାଇଇଛି ଓ ଯେଉଁ ବିଶ୍ବବିଦ୍ୟାଳୟ ମା’ର ମମତା ଦେଇଛି, ସେ ତାର ଜନ୍ମ ଦିନରେ ସସସ୍ତ ପୁଅଝିଅଙ୍କୁ ଥରେ ଦେଖିବା ପାଇଁ ଚାହୁଁଛି ବୋଲି ବାର୍ତ୍ତା ଦିଆଯାଇଛି।

ସେଥିରେ ନିଆରା ଢଙ୍ଗରେ ଆହୁରି ମଧ୍ୟ କୁହାଯାଇଛି, ଆପଣ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କି? ବିତାଇଥିବା ପୁରୁଣା ସୃତି ଓ ଅତୀତରର ବନ୍ଧୁତାକୁ ତାଜା କରିବାକୁ ଚାହୁଛନ୍ତି । ବାଣୀବିହାରର ସୌନ୍ଦର୍ୟ୍ୟକୁ ଉପଭୋଗ କରିବାକୁ ଚାହୁଛନ୍ତି । ତେବେ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ଲାଟିନମ ଜୁବୁଲିରେ ନିଜକୁ ସାମିଲ କରି ଫେରି ପାଆନ୍ତୁ ନିଜର ଅତୀତକୁ। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି:

ଏହି ପ୍ଲାଟିନମ ଜୁବୁଲି ୫ଦିନ ଧରି ଚାଲିବ। ପ୍ଲାଟିନମ ଜୁବୁଲିର ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ସ୍କିଲ ଡେଭ୍ଲପମେଣ୍ଟ ଚେୟାରମ୍ୟାନ ସୁବ୍ରତୋ ବାଗଚି ପ୍ରମୁଖ ଉପସ୍ଥିତ ରହିବେ। ଏ ସମ୍ପର୍କରେ କହିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ:

ସେହିପରି ଦ୍ବିତୀୟ ଦିନଟି ସ୍ବତନ୍ତ୍ର ଭାବେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପାଇଁ ରଖାଯାଇଛି। ସବୁ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିବା ପରେ ଅଡ଼ିଟୋରିୟମରେ ଆୟୋଜିତ ଆଲୁମିନି ସାକ୍ଷାତ କାର୍ଯ୍ୟକ୍ରମରେ ସାମିଲ ହେବେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ, ପୁର୍ବତନ ବିଧାୟକ ପ୍ରଫୁଲ ଚନ୍ଦ୍ର ଘଡ଼ାଇ, ପଞ୍ଚାନନ କାନୁନଗୋ, ପ୍ରସାଦ ହରିଚନ୍ଦନ, ପୃଥ୍ଵୀରାଜ ହରିଚନ୍ଦନ, ତପନ କୁମାର ଚାନ୍ଦ, ହ଼ୃଷିକେଶ ପଣ୍ଡା ଯୋଗଦେବେ।

ସେହିପରି ତୃତୀୟ ଦିନଟି ଅଭିଭାବକମାନଙ୍କ ପାଇଁ ରଖାଯାଇଛି। ଅଭିଭାବକମାନଙ୍କ ପାଇଁ ସ୍ବତନ୍ତ୍ର ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଏହା ସହ ଅଭିଭାବକମାନେ ସବୁ ବିଭାଗ ବୁଲି ଦେଖିବା ସହ ହଷ୍ଟେଲ ବୁଲିବାର କାର୍ୟ୍ୟକ୍ରମ ରହିଛି। ସେହିପରି ଚତୁର୍ଥ ଦିନଟି ବର୍ତ୍ତମାନ ପାଠ ପଢୁଥିବା ପିଲାଙ୍କ ପାଇଁ ରଖାଯାଇଛି। ଶେଷ ଦିନ ବା ପଞ୍ଚମ ଦିନ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯିବ। ଏନଏସଏସ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଯୋଗ ଦେବେ। ସବୁଦିନ ସନ୍ଧ୍ୟାରେ ସାଂସ୍କୃତିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ନିମନ୍ତ୍ରଣର ପତ୍ରର ଶେଷ କେଇ ଧାଡି ଏମିତି ରହିଛି, “ଘରକୁ କେଇଦିନ ପାଇଁ ଯାଇ ଫେରି ଆତ୍ମୀୟ ସ୍ବଜନଙ୍କୁ ଦେଖିଲା ବେଳେ ଯେଉଁ ଭାବନା ଯାଗ୍ରତ ହୁଏ, ଠିକ ସେହିଭଳି ପୁରୁଣା ବନ୍ଧୁଙ୍କୁ ସେଇ କ୍ୟାମ୍ପସରେ ଏକ ବିଶେଷ ମୂହୁର୍ତ୍ତରେ ଦେଖାଦେବା। କେତେ ସ୍ମୃତି ଓ ଘଟିଯାଇଥିବା ଘଟଣା ପୁଣି ତାଜା କରିବା ଏହି ବର୍ଣ୍ଣାଢ୍ୟ ଉତ୍ସବରେ ନିଜକୁ ସାମିଲ କରିବା ଏହି ପ୍ଲାଟିନମ ଜୁବୁଲିକୁ ସଫଳ କରାଇବା।

 

Comments are closed.