www.samajalive.in
Saturday, December 6, 2025
16.1 C
Bhubaneswar

୫ ଜଣଙ୍କୁ ନୂଆ ଜୀବନ ଦେଲା ୨୦ ମାସର ଝିଅ

ବୟସ ମାତ୍ର ୨୦ ମାସ ହୋଇଥିଲା। ଅନ୍ୟ ପାଇଁ କିଛି କରିବାକୁ ତା’ର ବୟସ ହୋଇ ନ ଥିଲା। କିନ୍ତୁ ସେହି ୨୦ ମାସର ଛୋଟିଆ ଜୀବନ କାଳରେ ସେ ଯାହା କରିଗଲା, ସେଥିରେ ୫ ଜଣଙ୍କୁ ନୂଆ ଜୀବନ ମିଳିଲା। ଝିଅଟିର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ୫ଟି ଜୀବନ ରକ୍ଷା ପାଇଲା। ୨୦ ମାସର ଏହି ଝିଅଟିର ଘର ହେଉଛି ଦିଲ୍ଲୀର ରୋହିଣୀନଗରରେ। ତା’ର ନାଁ ହେଉଛି ଘନିଷ୍ଠା। ଘନିଷ୍ଠା ସବୁଠୁ କମ୍‌ ବୟସରେ ଅଙ୍ଗଦାନ କରିଥିବା ପ୍ରଥମ ଝିଅ। ତା’ର ହାର୍ଟ, ଲିଭର, ଦୁଇଟି କିଡ୍‌ନୀ ଏବଂ ଦୁଇଟି ଚକ୍ଷୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୫ ଜଣଙ୍କଠାରେ ପ୍ରତିରୋପଣ କରାଯାଇଛି।

- Advertisement -

ଗତ ୮ ତାରିଖ ସନ୍ଧ୍ୟାରେ ଘନିଷ୍ଠା ନିଜ ଘରର ପ୍ରଥମ ମହଲାରେ​‌ ଖେଳୁଥିବାବେଳେ ତଳକୁ ଖସିପଡ଼ିଥିଲା। ଚେତାଶୂନ୍ୟ ଅବସ୍ଥାରେ ତା’କୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ବହୁ ଚେଷ୍ଟା କରିବା ସତ୍ବେ ତା’କୁ ବଞ୍ଚାଇପାରି ନ ଥିଲେ। ଗତ ୧୧ ତାରିଖରେ ଡାକ୍ତର ଘନିଷ୍ଠାକୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ମସ୍ତିଷ୍କ ବ୍ୟତୀତ ତା’ର ସବୁ ଅଙ୍ଗ ଭଲ ଭାବେ କାମ କରୁଥିଲା।

ଏପରି ଦୁଃଖଦ ସମୟରେ ଘନିଷ୍ଠାର ବାପା ଆଶିଷ କୁମାର ଏବଂ ମା’ ବବିତା ଝିଅର ଅଙ୍ଗଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ଘନିଷ୍ଠାଙ୍କ ଅଙ୍ଗ ଅନ୍ୟ ୫ ଜଣଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ଆଶିଷ କୁହନ୍ତି, ଆମେ ହସ୍ପିଟାଲରେ ରହିବା ସମୟରେ ଅନେକ ରୋଗୀଙ୍କୁ ଦେଖିଥିଲୁ, ଯେଉଁମାନଙ୍କୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ଆବଶ୍ୟକତା ଥିଲା। ଆମ ଝିଅକୁ ହରାଇ ସାରିବା ପରେ ତା’ର ଅଙ୍ଗଦାନ କରିବାକୁ ଚିନ୍ତା କରିଥିଲୁ।

ହସ୍ପିଟାଲର ଅଧ୍ୟକ୍ଷ ଡା. ଡି.ଏସ. ରାଣା କୁହନ୍ତି, ଘନିଷ୍ଠାର ପରିବାର ଲୋକଙ୍କ ଏପରି ଉଲ୍ଲେଖନୀୟ କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ। ଏହା ଅନ୍ୟମାନଙ୍କୁ ବି ପ୍ରେରଣା ଯୋଗାଇବ। ଅଙ୍ଗଦାନ କ୍ଷେତ୍ରରେ ଭାରତ ସବୁଠୁ ପଛରେ ରହିଛି। ଦେଶରେ ପ୍ରତି ୧୦ ଲକ୍ଷ ଲୋକରେ ମାତ୍ର ୦.୨୬ ହାରରେ ଅଙ୍ଗଦାନ କରାଯାଉଛି। ଅଙ୍ଗପ୍ରତ୍ୟଙ୍ଗ ଅଭାବାରୁ ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ସେ କହିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories