www.samajalive.in
Sunday, December 14, 2025
26.1 C
Bhubaneswar

କୋଇଲା ଆବଣ୍ଟନ ଦୁର୍ନୀତି: ନବୀନ ଜିନ୍ଦଲଙ୍କ ସମେତ ୫ଜଣକ ବିରୁଦ୍ଧରେ ଦାଖଲ ହେବ ଅଭିଯୋଗ ପତ୍ର

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ନବୀନ ଜିନ୍ଦଲଙ୍କ ସମେତ ଅନ୍ୟ ପାଞ୍ଚ ଜଣକ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଭରତ ପରାଶର ସେମାନଙ୍କ ବିରୁଦ୍ଧରେ ଆଇପିସି ଧାରା ୪୨୦ ଏବଂ ୧୨୦ଖ ଅନୁଯାୟୀ ଅଭିଯୋଗ ପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସି ଧାରା ୪୨୦ ଠକେଇ ଏବଂ ୧୨୦ଖ ଅପରାଧିକ ଷଡଯନ୍ତ୍ର ପାଇଁ ଉଦ୍ଦିଷ୍ଟ।

ଏହି ମଧ୍ୟପ୍ରଦେଶର ଆର୍ଟନ ନର୍ଥ କୋଇଲା ଖଣି ଆବଣ୍ଟନ ମାମଲାରେ ଜିନ୍ଦଲଙ୍କ ବ୍ୟତୀତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ର ପୂର୍ବତନ ନିର୍ଦ୍ଦେଶକ ସୁଶୀଲ ମାରୁ, ପୂର୍ବତନ ଉପ ପ୍ରବନ୍ଧକ ଆନନ୍ଦ ଗୋୟଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରାନ୍ତ ଗୁଜୁରାଲ ଏବଂ କମ୍ପାନୀ ଅଧିକୃତ ଅଧିକାରୀ ଡି. ଏନ. ଅବରୋଲଙ୍କ ବିରୁଦ୍ଧରେ ଜୁଲାଇ ୨୫ ସୁଦ୍ଧା ଅଭିଯୋଗ ପତ୍ର ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories