www.samajalive.in
Tuesday, December 9, 2025
23.1 C
Bhubaneswar

ଆଧୁନିକୀକରଣ ହେଲା ଓଡ଼ିଶା ଲୋକସେବା ଆୟୋଗ କୋଠା

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) କୋଠାର ଆଧୁନିକୀକରଣ କରାଯାଇଛି। ଓଡ଼ିଶା ଲୋକସେବା ଆୟୋଗ କୋଠାକୁ ଗୋଥିକ୍‍ କଲୋନିଆଲ୍‍ ଡିଜାଇନ୍‍ ସହିତ ନବୀକରଣ କରାଯାଇଛି। ନବୀକରଣ ହୋଇଥିବା କୋଠାକୁ ଅଧ୍ୟକ୍ଷ ବ୍ରିଗେଡିୟର ଏଲ୍‍.ସି.ପଟ୍ଟନୟକ ଉଦ୍‍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓପିଏସ୍‌ସି ସଭ୍ୟବୃନ୍ଦ ଓ ଅଫିସ କର୍ମଚାରୀଙ୍କ ଉପସ୍ଥିତ ଥିଲେ।
୧୯୮୪ରେ ଓପିଏସ୍‍ସିର କାର୍ଯ୍ୟାଳୟଠାରେ ଥିବା ପୁରୁଣା ସଚିବଳୟ ପରିସରକୁ ସ୍ଥାନାନ୍ତରିତ ହୋବ ପରେ କୋଠା ନିର୍ମାଣ କରାଯାଇଥିଲା। ପରୀକ୍ଷଣର ବର୍ଦ୍ଧିତ ଆଚରଣ ପାଇଁ ପ୍ରାର୍ଥୀଙ୍କ ଅପେକ୍ଷା କକ୍ଷ, ଚାରୋଟି ଯାଞ୍ଚ କକ୍ଷ ସହିତ କୋଠାର ଭିତର ଡିଜାଇନ୍‍ ନବୀକରଣ କରାଯାଇଛି। ରିସେପ୍‍ସନ ଲାଞ୍ଜ, ମୂଲ୍ୟାଙ୍କନ ହଲ୍‍ ଓ ଅଫିସ କର୍ମଚାରୀଙ୍କ ପାଇଁ ନବୀକରଣ କରାଯାଇଛି। ସେହିପରି ନୂତନ ରୋକର୍ଡ ରୁମ୍‍ ଏବଂ ପ୍ରଶ୍ନ କାଗଜପତ୍ର ଓ ଉତ୍ତରସିଟ୍‍ ପାଇଁ ଆଧୁନିକ ଷ୍ଟୋର ସ୍ପେସ୍‍ର ଆଧୁନୀକରଣ କରାଯାଇଛି।
କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓପିଏସ୍‍ସି ଉନ୍ନତ ଆଭ୍ୟନ୍ତରୀଣ ଲାନ୍‍ ସିଷ୍ଟମ୍‍, ଇ-ଅଫିସ, ପୁରୁଣା ଏବଂ ନୂତନ ଡକ୍ୟୁମେଣ୍ଟଗୁଡ଼ିକର ସ୍କାନିଂ ଏବଂ ଏକ ପରିଦର୍ଶକ ପରିଚାଳନା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପ୍ରକ୍ରିୟାର ଆଚରଣ, ସିସି ଟିଭି ଫୁଟେଜ୍‍, ଡିଜିଟାଲ୍‍ ସ୍କୃଟିନି ଏବଂ ରେଟିନା ବାୟୋମେଟ୍ରିକ୍‍ ଯାଞ୍ଚ କରାଯାଉଛି, ପ୍ରାର୍ଥୀ ଏବଂ ବିଶେଷଜ୍ଞଙ୍କ ସୁରକ୍ଷା ପାଇଁ ଆୟୋଗ ଗ୍ଲାସ୍‍ କ୍ୟୁବିକାଲ୍‍ ସହିତ ସାକ୍ଷାତକାର ପାଇଁ ଥିବା କୋଠରୀଗୁଡ଼ିକର ଉନ୍ନତିକରଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆୟୋଗ ମୁଖ୍ୟ ଶାସନ ସଚିବ, ଜିଏ ଏବଂ ପିଜି ବିଭାଗକୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଲୋକ ସେବା ଆୟୋଗର ଅଫିସ କ​‌େ​‌ମ୍ପ୍ଲକ୍ସ ଆଧୁନିକରରଣକୁ ସୁନିଶ୍ଚିତ କରିବାରେ ସେମାନଙ୍କର ସହଯୋଗ ଏବଂ ଅବଦାନ ପାଇଁ ଅର୍ଥସଚିବ, କାର୍ଯ୍ୟ ସଚିବ, ୫ଟି ସଚିବ, ମୁଖ୍ୟ ଇଞ୍ଜିନିୟର(ବିଲ୍‍ଡିଂ) ଏବଂ କଟକଠାରେ ଥିବା ପିଡବ୍ଲୁଡି କର୍ମଚାରୀଙ୍କୁ ଆନ୍ତରିକ ଆୟୋଗ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories