ଭୁବନେଶ୍ବର: ଡିଏସପିରୁ ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଜାରି କରାଯାଇଛି। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ପ୍ରମୋଟି ଡିଏସପିଙ୍କୁ ଏଏସପି ପଦୋନ୍ନତି ବିଜ୍ଞପ୍ତି ନେଇ ମାମଲା ହୋଇଥିଲା। ପ୍ରମୋଟି ଅଫିସରଙ୍କ ପଦୋନ୍ନତି ସମୟସୀମା ହ୍ରାସକୁ ଚ୍ୟାଲେଞ୍ଜ କରାଯାଇଥିଲା। ପ୍ରମୋଟିଙ୍କ କ୍ଷେତ୍ରରେ ୩ବର୍ଷରୁ ୬ମାସ ହ୍ରାସକୁ ଚ୍ୟାଲେଞ୍ଜ କରାଯାଇଥିଲା। ଓପିଏସସି ଦ୍ବାରା ସିଧାସଳଖ ନିଯୁକ୍ତି ଡିଏସପି ବିଜ୍ଞପ୍ତିକୁ ଚାଲେଞ୍ଜ କରାଯାଇଥିଲା।
Popular Categories



