ଭୁବନେଶ୍ୱର: ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର ପରୀକ୍ଷା-୨୦୨୧(Adv.No.-SI/2021/2/OPRB, dtd 22.06.2021), ଆସନ୍ତା ନଭେମ୍ବର ୨୬ ତାରିଖରେ ଅନୁଷ୍ଠିତ ହେବ। ନଭେମ୍ବର ୨୬ରେ ଓଡ଼ିଶାର ସମସ୍ତ ଜିଲାରେ ଓଏମଆର୍ ପ୍ରଣାଳୀରେ ଓଡ଼ିଶା ପୁଲସି ସବ-ଇନ୍ସପେକ୍ଟର-୨୦୨୧ ପରୀକ୍ଷା ହେବା ପାଇଁ ସ୍ଥିର କରାଯାଇଛି ବୋଲି ଓଡ଼ିଶା ପୁଲିସ ନିଯୁକ୍ତ ବୋର୍ଡ, ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ, କଟକ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ପୁଲିସ ନିଯୁକ୍ତ ବୋର୍ଡ, ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ, କଟକ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୨୬ ତାରିଖରେ ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଅନୁଷ୍ଠିତ ହେବ। ଉକ୍ତ ପରୀକ୍ଷା ନିମନ୍ତେ ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀମାନଙ୍କୁ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ତଥା ନିଶ୍ଚିତ ତାରିଖ ସମ୍ବନ୍ଧୀୟ ସବିଶେଷ ସୂଚନା ସେମାନଙ୍କ ପଞ୍ଜୀକୃତ ଇ-ମେଲ ମାଧ୍ୟମରେ ଖୁବ ଶୀଘ୍ର ଜଣାଇ ଦିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି।



