www.samajalive.in
Sunday, December 7, 2025
14.1 C
Bhubaneswar

ରାଜ୍ୟ ବନ୍ୟାରେ ଭାସୁଥିବାବେଳେ ଚଳଚ୍ଚିତ୍ର ଉପଭୋଗ କରିବାରେ ବ୍ୟସ୍ତ ଉପ ମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ବନ୍ୟା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ବନ୍ୟାରେ ୮୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସାରା ରାଜ୍ୟ ବନ୍ୟାରେ ଭାସୁଥିବାବେଳେ ସରକାର ମଉଜ ମସ୍ତି କରିବାରେ ବ୍ୟସ୍ତ ରହୁଛନ୍ତି। ବନ୍ୟାରେ ପାଖାପାଖି ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନେ ରିଲିଫ ସମେତ ଅନ୍ୟାନ୍ୟ ସରକାରୀ ସହାୟତାକୁ ଅପେକ୍ଷା କରିଥିବାବେଳେ, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଚଳଚ୍ଚିତ୍ର ଉପଭୋଗ କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ସୁଶୀଲ ମୋଦୀ ସୁପର-୩୦ ଚଳଚ୍ଚିତ୍ର ଦେଖିବା ସହିତ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କୁ ସାକ୍ଷାତ କରିବାର କିଛି ଫଟୋ ଭାଇରାଲ ହେବା ପରେ ରାଜ୍ୟ ସରକାରଙ୍କ ଅସଲ ଉଦ୍ଦେଶ୍ୟ ପଦାରେ ପଡ଼ିଛି। ରାଜ୍ୟର ବିରୋଧୀ ଦଳ ସମେତ ବିଭିନ୍ନ ମହଲରେ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି।

ବିରୋଧୀ ଆରଜେଡି ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ସମାଲୋଚନା କରିଛି। ଆରଜେଡି କହିଛି, ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି। ଅନେକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଫିଲ୍ମ ଦେଖିବା ଏବଂ ଅଭିନେତାଙ୍କୁ ଭେଟିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ଅଛି, କିନ୍ତୁ ବନ୍ୟା ପ୍ରପୀଡ଼ିତଙ୍କ ପାଖକୁ ଯିବା ଲାଗି ସମୟ ନାହିଁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories