ନୂଆଦିଲ୍ଲୀ : ଓପୋ ନିକଟରେ ଭାରତୀୟ ମାର୍କେଟରେ ନିଜର ଏକ ନୂଆ ୫ଜି ସ୍ମାର୍ଟ ଫୋନ୍ ଲଞ୍ଚ କରିଛି । ଏହି ସ୍ମାର୍ଟ ଫୋନରେ ୬ଜିବି ର୍ୟାମ୍ ସହ ୫୦ ମେଗାପିକ୍ସଲ କ୍ୟାମେରା ମଧ୍ୟ ରହିଛି । ଓପୋ ଏ୩ ୫ଜି ବଜାରରେ ବଜେଟ୍ ପାଇଁ ଅନୁକୂଳ ସ୍ମାର୍ଟ ଫୋନ୍ ଭାବେ ପରିଚିତ । ଏହି ଫୋନର ଡିଜାଇନ୍ ମଧ୍ୟ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି ।
ଓପୋର ଏହି ସ୍ମାର୍ଟ ଫୋନରେ ୬.୬୭ ଇଞ୍ଚର ଏଲଇଡି ସ୍କ୍ରିନ୍ ଉପଲବ୍ଧ । ଏହା ବ୍ୟତୀତ ସ୍ମାର୍ଟଫୋନରେ ମିଡିଆଟେକ ଡାଇମେନ୍ସନ୍ ୬୩୦୦ Soc ଚିପସେଟ୍ ପ୍ରୋସେସର୍ ଅଛି। ଗ୍ରାଫିକ୍ସ ପାଇଁ, ଫୋନରେ ମାଲି-ଜି୫୭ ଜିପିୟୁ ରହିଛି।
କେବଳ ଏତିକି ନୁହେଁ ଫୋନରେ ୬ଜିବି ଏଲପିଡିଡିଆର୪ଏକ୍ସ ର୍ୟାମ୍ ସହ ୬ଜିବି ର୍ୟାମ୍ ଓ ୧୨୮ ଜିବି ଇଏମଏମସି୫.୧ ଆଭ୍ୟନ୍ତରୀଣ ଷ୍ଟୋରେଜ ମଧ୍ୟ ରହିଛି । ଏହା ବ୍ୟତୀତ ଫୋନରେ ଏକ ମାଇକ୍ରୋ ଏସଡି କାର୍ଡ ସ୍ଲଟ୍ ମଧ୍ୟ ପ୍ରଦାନ କରାଯାଇଛି, ଯାହା ସାହାଯ୍ୟରେ ଫୋନର ଷ୍ଟୋରେଜ୍ ଆହୁରି ବୃଦ୍ଧି କରାଯାଇପାରିବ।
ଏହି ସ୍ମାର୍ଟ ଫୋନ୍ ଆଣ୍ଡରଏଡ୍ ୧୪ରେ ଆଧାରିତ Color OS 14 ଅପରେଟିଙ୍ଗ୍ ସିଷ୍ଟମ ଉପରେ କାର୍ଯ୍ୟ କରିଥାଏ । କ୍ୟାମେରା ସେଟଅପ୍ ଅନୁଯାୟୀ, ଏହି ସ୍ମାର୍ଟ ଫୋନରେ ୫୦ ଏମପିର ପ୍ରାଇମେରୀ କ୍ୟାମେରା ସହ ୨ ଏମପିର ପୋର୍ଟ୍ରେଟ କ୍ୟାମେରା ଓ ଏଲଇଡି ଫ୍ଲାସ୍ ପ୍ରଦାନ କରାଯାଇଛି । ସେଲଫି ପାଇଁ ସ୍ମାର୍ଟଫୋନରେ ଏକ ୫ଏମପି ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି।
ଓପୋର ଏହି ସ୍ମାର୍ଟଫୋନ୍ ୫,୧୦୦ ଏମଏଏଚ ବ୍ୟାଟେରୀ ସହ ବଜାରକୁ ଆସିଛି । ଏହି ବ୍ୟାଟେରୀ ୪୫ଡବ୍ଲ୍ୟୁର SuperVOOC ଫାଷ୍ଟ ଚାର୍ଜିଂର ମଧ୍ୟ ସୁବିଧା ରହିଛି।
୧୨ ବର୍ଷ ପରେ ୨୦ ଅଗଷ୍ଟରେ ବିଶେଷ ଯୋଗ : ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..
ଏହା ବ୍ୟତୀତ ସ୍ମାର୍ଟଫୋନରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର, ଫେସ୍ ଅନଲକ୍ ଡୁଆଲ୍-ସିମ୍, ୫ ଜି, ୱାଇ-ଫାଇ ୟୁଏସବି ଟାଇପ୍ ସି ଭଳି ଫିଚର୍ ମଧ୍ୟ ରହିଛି ।
ଦେଖନ୍ତୁ ଭିଡିଓ ; ରାସ୍ତାରେ ଷଣ୍ଢର ତାଣ୍ଡବ ; ୨ ବାଇକ୍ ଆରୋହୀଙ୍କ ସହ..
ଦାମ୍ ଉପରେ ନଜର ପକାଇଲେ ଓପୋ ଏ୩ ୫ଜିର ୬ଜିବି + ୧୨୮ଜିବି ସିଙ୍ଗଲ୍ ଭାରିଆଣ୍ଟର ଦାମ୍ କମ୍ପାନୀ ୧୫,୯୯୯ ଟଙ୍କା ରଖିଛି । ଏହି ସ୍ମାର୍ଟ ଫୋନକୁ କମ୍ପାନୀର ୱେବସାଇଟରୁ କିଣି ପାରିବେ । ସେହିପରି ୱାନ୍ କାର୍ଡ, ବ୍ୟାଙ୍କ ଅଫ୍ ବରୋଦା ଓ ଏସବିଆଇ ବ୍ୟାଙ୍କ କାର୍ଡ ଦ୍ୱାରା ଗ୍ରାହକଙ୍କୁ ୧୦ ପ୍ରତିଶତର ତୁରନ୍ତ ରିହାତି ମଧ୍ୟ ଦେଉଛି।
କମ୍ପାନୀ ଏହି ସ୍ମାର୍ଟଫୋନକୁ ବଜାରରେ ଓସେନ ବ୍ଲୁ ଏବଂ ନେବୁଲା ରେଡ ଭଳି ଦୁଇଟି ରଙ୍ଗରେ ଲଞ୍ଚ କରିଛି।



