ସାମ୍ନାକୁ ଆସିଲା ଭିଡ଼ିଓ; ବଡ ରେଳ ଦୁର୍ଘଟଣା ପାଇଁ ହୋଇଥିଲା ଷଡଯନ୍ତ୍ର
ସମାଜ ଡିଜିଟାଲ ଡେସ୍କ: ଗୁଜରାଟର କିମ୍ ରେଳଷ୍ଟେସନ ନିକଟ ରେଳ ଧାରଣାରେ ଭୟଙ୍କର ଦୁର୍ଘଟଣା ପାଇଁ ହୋଇଥିଲା ଷଡଯନ୍ତ୍ର। ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ରେଳ ଧାରଣାରେ କିଛି ଅସାମାଜିକ ଲୋକମାନେ ଫିସ୍ ପ୍ଲେଟ ଏବଂ ତାହାର ଚାବି ଖୋଲି ଦେଇଥିବା ଜଣାପଡ଼ିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଖବର ଜଣାପଡ଼ିବା ପରେ ଏହି ଟ୍ରାକରେ ଉତ୍ତରପ୍ରଦେଶକୁ ଯାଉଥିବା ଟ୍ରେନକୁ କିଛି ସମୟ ପାଇଁ ବାତିଲ କରାଯାଇଥିଲା। ରେଳ ଧାରଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତେବେ ରେଳ କର୍ତ୍ତୃପକ୍ଷଙ୍କ ସତର୍କତା ଓ ତୁରନ୍ତ ପଦକ୍ଷେପ ଯୋଗୁଁଁ ଏକ ବଡ ଅଘଟଣ ଟଳି ଯାଇ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ପଶ୍ଚିମ ରେଳପଥର ଭଡୋଦରା ଡିଭିଜନରେ ଏହି ଘଟଣା ଘଟିଥିଲା। ରେଳବାଇ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
#WATCH | Gujarat | Some unknown person opened the fish plate and some keys from the UP line track and put them on the same track near Kim railway station after which the train movement was stopped. Soon the train service started on the line: Western railway, Vadodara Division pic.twitter.com/PAf1rMAEDo
— ANI (@ANI) September 21, 2024
Comments are closed.