www.samajalive.in
Sunday, December 7, 2025
14.1 C
Bhubaneswar

ଆଳୁ ପରେ ବଢିଲା ପିଆଜ ଦର; ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପର ମୁହାଁ ହୋଇଛି ପିଆଜ। କିଛି ଦିନ ମଧ୍ୟରେ ପିଆଜ ଦର ୧୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି। ଏବେ ବଜାରରେ ପିଆଜ କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି। ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀ କହିଛନ୍ତି। ଆଗକୁ ଆମଦାନୀ କମିଲେ ଆହୁରି ଦର ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି। ଅନ୍ୟପଟେ ଆଳୁ ସଙ୍କଟ ଟଳିବାର ନାଧରୁନି। ବଜାରରେ ଏବେବି ଆଳୁ ୪୦ଟଙ୍କା ଲେଖାଏଁ କିଲୋପ୍ରତି ବିକ୍ରି ହେଉଛି। ଆଳୁ ଦର କମିନଥିବାରୁ ପିଆଜ ଦର ବୃଦ୍ଧି ହେବା ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି। ଖାଉଟି ୫୦ଟଙ୍କା ଦେଇ କିଣୁଥିବା କହିଥିବା ବେଳେ ବ୍ୟବସାୟୀ କହିଛନ୍ତି ଦର ୪୫ରୁ ୪୬ଟଙ୍କା ରହିଛି। ସେପଟେ ଆଳୁ ଓ ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅଧିକାରୀମାନେ ରାଜଧାନୀ ୟୁନିଟ-୧ ହାଟରେ ଚଢାଉ କରିଥିଲେ। ବିଭିନ୍ନ ଦୋକାନରେ ଚଢାଉ କରିବା ସହ ରେଟ୍‌‌ ଚାଟ୍‌‌ ଦେଖିଥିଲେ। ଯେଉଁ ବ୍ୟବସାୟୀ ମାନେ ଅଧିକା ଦରର ବିକ୍ରି କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧିକାରୀମାନେ କହିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories