www.samajalive.in
Thursday, December 11, 2025
16.1 C
Bhubaneswar

ଅନଲାଇନ ପାଠପଢ଼ାର ବିକଳ ଚିତ୍ର: ରାତି ପାହିଲେ ଜୀବନକୁ ବାଜି ଲଗାଇ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ

ମୋହନା : କରୋନା ଭୟବହତା ଦୃଷ୍ଟିରୁ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିବାରୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ପାଠପଢା ଜାରି ରହିଛି। ଏହି ବ୍ୟବସ୍ଥାରେ ସାମିଲ ହେବାକୁ ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀଙ୍କୁ ଶ୍ରମ ସ୍ବୀକାର କରିବାକୁ ପଡୁଛି। ରାତି ପାହିଲେ ପିଲାଏ ମୋବାଇଲ ନେଟୱାର୍କ ଖୋଜାରେ ବାହାରୁଛନ୍ତି। ପାହାଡ଼ ଘେରା ମଧ୍ୟରେ ନେଟୱାର୍କ ବାଧକ ସାଜିଥିବାରୁ ଅନଲାଇନ୍‌ ପାଠପଢ଼ା ପାଇଁ ଛାତ୍ରଛାତ୍ରୀମାନେ ଦୈନିକ ବିଭିନ୍ନ ଗ୍ରାମରୁ ୨ ରୁ ୬ କିମି ପାଦଚଲା ଜଙ୍ଗଲ ରାସ୍ତାରେ ଆସି ପାହାଡ଼ ଚଡ଼ିବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ବିକଳ ଚିତ୍ର ଓଡ଼ିଶାର ଦ୍ବିତୀୟ ବୃହତ୍ତମ ବ୍ଳକ ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଡ଼େଙ୍ଗାସଖାଲ ପଞ୍ଚାୟତରେ ଦେଖିବାକୁ ମିଳିଛି। ବିଭିନ୍ନ ଗ୍ରାମରୁ ଅନଲାଇନ ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ପାହାଡ ଚଢିବାକୁ ପଡୁଛି। କିଛି ବିଦ୍ୟାର୍ଥୀଙ୍କ ପାଖରେ ସ୍ମାର୍ଟ ଫୋନ ରହିଥିଲେ ହେଁ ନେଟୱ।ର୍କ ନଥିବାରୁ ଅନଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଦୈନନ୍ଦିନ ପାଠ୍ୟକ୍ରମ ସହ ଜରୁରୀକାଳୀନ ଯୋଗାଯୋଗ ସମ୍ଭବପର ହେଉ ନଥିବା ଡେଙ୍ଗେସଖାଲ ସରପଞ୍ଚ ଯାକୋବ ମଳିକ ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତର ୧୫ ରୁ ଅଧିକ ଗ୍ରାମବାସୀ ମୋବାଇଲ ନେଟୱାର୍କ ସେବାରୁ ବଞ୍ଚିତ ରହିଛନ୍ତି। ଗ୍ରାମଠାରୁ ଦୂର ପାହାଡ ଉପରକୁ ମୋବାଇଲ ନେଟୱର୍କ ଆସୁଥିବାରୁ ପିଲାଏ ଚାଲି ଚାଲି ସେଠାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏଭଳି ବ୍ୟବସ୍ଥାରେ ଵର୍ଷା ହେଲେ ପାଠ ପଢ଼ା ବନ୍ଦ । ପ୍ରତିଦିନ ନବମ, ଦଶମ, ଯୁକ୍ତଦୁଇ, ଯୁକ୍ତତିନି ଓ ଡିପ୍ଲୋମା ଇଞ୍ଜିନିୟରିଂରେ ପାଠ ପଢ଼ୁଥିବା ଗାଁ ଗଣ୍ଡାର ଛାତ୍ରଛାତ୍ରୀ ଏହି ପାହାଡକୁ ଆସି ଅନଲାଇନରେ ପାଠ ପଢିବା ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ଦେବେନ୍ଦ୍ର ବୀର, ଅନସଲମ ନାୟକ, ରଜତ ନାୟକ, ବରୁଣ ନାୟକ, ସଂଗୀତା ନାୟକ, ଜୀବିତା ନାୟକ, ଟେରେସା ନାୟକ, ସରିତା ମନ୍ଦିକ, ଚମ୍ପାବୀର, ଅଜ୍ଜୁନ ମଳିକ, ଜହନ ମଳିକ । ଅଡବାଠାରେ ରହିଥିବା ଜିଓ ନେଟ ୱ।ର୍କ ଡେଙ୍ଗାସଖାଲ ପାହାଡ଼ର ଶୀର୍ଷ ଭାଗରେ ଧରୁଥିବାରୁ ପିଲାଙ୍କୁ ଏଠାକୁ ଆସିବାକୁ ପଡୁଛି।

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories