www.samajalive.in
Saturday, December 13, 2025
18.1 C
Bhubaneswar

ଗୋଟିଏ କ୍ଲିକ୍‌ରେ ମିଳିବ ବିଭିନ୍ନ ବିଭାଗର ଅନ୍‌ଲାଇନ୍‌ ସେବା

ଭୁବନେଶ୍ବର : ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଅନ୍‌ଲାଇନ୍‌ ଯୋଗାଯୋଗ ପାଇଁ ପ୍ରସ୍ତୁତ ହୋଇଛି ’ଓଡ଼ିଶା ୱାନ୍’ ପୋର୍ଟାଲ୍। ଆସନ୍ତା ଏକ ମାସ ମଧ୍ୟରେ ପୋର୍ଟାଲ ସହ ସମସ୍ତ ବିଭାଗର ସେବାକୁ ସଂଯୋଗ କରିବା ପାଇଁ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। ଏହା ଜରିଆରେ ଦେୟ ପୈଠ ପାଇଁ ବିଭିନ୍ନ ବ୍ୟାଙ୍କ ଓ ପେଟିଏମ୍‌କୁ ସଂଯୋଗ କରାଯିବ।

ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରୁ ହସ୍ତଗତ ସୂଚନା ଅନୁଯାୟୀ ଓଡ଼ିଶା ୱାନ୍ ପୋର୍ଟାଲ ଜରିଆରେ ଜନସାଧାରଣ ସମସ୍ତ ବିଭାଗର ଅନ୍‌ଲାଇନ୍ ସେବା ପାଇପାରିବେ। ଆଇଟି ସଚିବ ମନୋଜ ମିଶ୍ର କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଏଥିରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପ୍ରମାଣପତ୍ର, ହୋଲ୍ଡିଂ ଟିକସ ଦେୟ, ଟ୍ରେଡ୍‌ ଲାଇସେନ୍ସ ଦେୟ, ଜଳ କର, ବିଦ୍ୟୁତ ବିଲ୍‌, ଓଏସ୍‌ଆରଟିସି ବସ୍ ଟିକଟ ବୁକିଂ ଭଳି ୭ଟି ସେବାକୁ ଏହି ପୋର୍ଟାଲ ସହ ଯୋଡ଼ା ଯାଇଛି। ବର୍ତ୍ତମାନ ଏଥିରେ ସିଏସ୍‌ସି ମୋଡ୍ୟୁଲ୍‌, ସେବା ପରିଚାଳନା ମୋଡ୍ୟୁଲ, ବିତ୍ତିୟ ନେଣ ଦେଣ, ବିତ୍ତିୟ ପରିଚାଳନା ମୋଡ୍ୟୁଲ୍ ଆଦି ଉପରେ କାମ ଚାଲିଛି। ଓଡ଼ିଶା ୱାନ୍ ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, କୃଷି ଓ କୃଷକ ସଶକ୍ତକରଣ ବିଭାଗର ସେବାକୁ ସଂଯୋଗ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ବିଭାଗର ଜନକୈନ୍ଦ୍ରିକ ସେବା ଏହି ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories