www.samajalive.in
Saturday, December 6, 2025
15.1 C
Bhubaneswar

ଆଇଫୋନ୍‌ର ହୋସ୍‌ ଉଡ଼ାଇଲା ଓ୍ବାନ୍‌ପ୍ଲସ୍‌; ଲଞ୍ଚ୍‌ ପୂର୍ବରୁ ଫୋନ୍‌ କିଣିବାକୁ ଲୋକଙ୍କ ଲମ୍ବା ଧାଡ଼ି

ସମାଜ ଡିଜିଟାଲ ଡେସ୍କ: ଖୁବଶୀଘ୍ର ଆସିବାକୁ ଯାଉଛି ଓ୍ବାନ୍‌ପ୍ଲସ୍‌ର ନୂଆ ଫୋନ୍। ତେବେ ଲଞ୍ଚ୍ ହେବା ପୂର୍ବରୁ ହିଁ ନୂଆ ରେକର୍ଡ଼ ସୃଷ୍ଟି କରିଛି ଏହି ଫୋନ୍‌। OnePlus Ace 3 Proର ରେକର୍ଡ଼ ସଂଖ୍ୟକ ଅଗ୍ରୀମ ବୁକିଂ ହୋଇଛି। ୨ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଫୋନ୍‌ ଅଗ୍ରୀମ ବୁକିଂ କରିଛନ୍ତି, ଯାହା ଏକ ରେକର୍ଡରେ ପରିଣତ ହୋଇଛି। ଅଫିସିଆଲ୍ ଅନଲାଇନ୍ ଷ୍ଟୋରରୁ ଏହି ବୁକିଂ କରାଯାଇଛି। ଜୁନ୍ ୨୭ ରେ ଏହି ସଂଖ୍ୟା ଆହୁରି ବଢିପାରେ, କାରଣ ଏହି ଦିନ ଫୋନ୍ ଲଞ୍ଚ୍ ହେବ। ଏଭଳି ସ୍ଥିତିରେ ଏହା ଆପଲ୍‌ର ଚିନ୍ତା ମଧ୍ୟ ବଢାଇ ଦେଇଛି।

Gizmochina ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ଫୋନ୍‌ ବେଶ୍‌ ଟ୍ରେଣ୍ଡରେ ଅଛି। ଏଥିସହ ଲୋକମାନଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସୁଛି। ଏହାର ସବୁଠୁ ବଡ କାରଣ ହେଉଛି ଫୋନର ଡିଜାଇନ୍ ଏବଂ ବିଶେଷତ୍ଵ। ଏହାପୂର୍ବରୁ ଆଇଫୋନର ନୂଆ ସିରିଜ୍‌କୁ ନେଇ ଏଭଳି ଟ୍ରେଣ୍ଡ୍‌ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ଓ୍ବାନ୍‌ପ୍ଲସ୍‌କୁ ନେଇ ଏଭଳି ଉତ୍ସାହ ଦେଖାଯାଉଛି, ଯାହା ଅନେକ ବଡ କମ୍ପାନୀର ଚିନ୍ତା ବଢାଇ ଦେଇଛି।

- Advertisement -

ବିଶେଷତ୍ଵ:

ଫୋନରେ ଅନେକ ଫିଚର୍‌ ଦେଖିବାକୁ ମିଳିବ, ଯାହା ଏହାକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିବ। ଏହି ଫୋନ୍‌ ଦୁଇ ପ୍ରକାର ରଙ୍ଗରେ ଲଞ୍ଚ୍ ହେବ। ଏହାର ପଛ ପ୍ୟାନେଲରେ ଗ୍ଲାସ୍ ଫିନିଶ୍ ଦେଖିବାକୁ ମିଳିବ। ଏଥିସହ ଭେଗାନ୍ ଲେଦର ଫିନିଶ୍‌ ମଧ୍ୟ ମିଳିପାରେ। ବିଶେଷ କଥା ହେଉଛି, ଏଥିରେ 6100 mAhର ବଡ଼ ବ୍ୟାଟେରୀ ମିଳିବ, ଯାହା 100W ଚାର୍ଜିଂ ସପୋର୍ଟ ସହ ଆସିବ। ଅର୍ଥାତ୍ ଏହା ଚାର୍ଜ ହେବା ପାଇଁ ଅଧିକ ସମୟ ନେବନାହିଁ। ଏହି କାରଣରୁ ଲୋକେ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଓ୍ବାନ୍‌ପ୍ଲସ୍‌ର ଏହି ନୂଆ ଫୋନ ବଜାରରେ ହଇଚଇ ସୃଷ୍ଟି କରିବ ବୋଲି କୁହାଯାଉଛି।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories