www.samajalive.in
Saturday, December 6, 2025
16.1 C
Bhubaneswar

ଭାରପ୍ରାପ୍ତ ଛାଡ଼ୁ ନାହାନ୍ତି ପଦ: ଗୋଟିଏ ବିଦ୍ୟାଳୟରେ ଦୁଇ ପ୍ରଧାନ ଶିକ୍ଷକ

ଜଗତସିଂହପୁର  ଜିଲ୍ଲାର ରଘୁନାଥପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ଏକ ବିଦ୍ୟାଳୟରେ ଛଅ ମାସ ହେବ ଦୁଇ ଜଣ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏ ବିଷୟରେ ଦୁଇ ଥର ଅଭିଯୋଗ କରାଯାଇଥିଲେ ବି ଶିକ୍ଷା ଅଧିକାରିଣୀଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ କଟକ ଜିଲ୍ଲାର ଶତାଧିକ ବିଦ୍ୟାଳୟ ଥିଲା। ଦ୍ଵୈତ ଶାସନ ବ୍ୟବସ୍ଥା ଲାଗି ଶିକ୍ଷା ବ୍ୟବସ୍ଥା ଅବହେଳିତ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି  ରାଜ୍ୟ ସରକାର କଟକ ଜିଲ୍ଲାର ଯେଉଁ ବିଦ୍ୟାଳୟ ଗୁଡିକ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ ଥିଲା ତାକୁ କଟକ ଶିକ୍ଷା ମଣ୍ଡଳାଧୀଶଙ୍କ ଅଧିନକୁ ଆଣିବାକୁ ତା.୨୯/୦୬/୧୯ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ଯେଉଁମାନେ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ ରହିବେ ସେମାନେ ଦରଖାସ୍ତ ମାଧ୍ୟମରେ ଜଣାଇବାକୁ କୁହାଯାଇଥିଲା। ଯେଉଁମାନେ ଦରଖାସ୍ତ କରିଥିଲେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ବଦଳୀି କରାଯାଇଥିଲା।

- Advertisement -

ସେହିକ୍ରମରେ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ପତ୍ର ସଂଖ୍ୟା ୩୨୯୧ ତା.୧୩/୦୩/୧୯ରେ ୨୮ ଜଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିକ୍ଷା ମଣ୍ଡଳାଧିଶଙ୍କ ନିର୍ଦ୍ଦେଶିତ ଏହି ପତ୍ରର କ୍ରମିକ ନଂ ୧୮ ଥିବା ଶିର୍ଲୋ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ (୩ୟ ବର୍ଗର ଶିକ୍ଷକ) ଙ୍କୁ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଗଲା। କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ୟ ବର୍ଗର ଶିକ୍ଷକ ନ ଥିବାରୁ ସହକାରୀ ଶିକ୍ଷକ ରବି ନାରାୟଣ ତା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ଵ ତୁଲାଉଥିଲେ। ମାତ୍ର ଦେବେନ୍ଦ୍ର ନାଥ ସାହୁ ୩ୟ ବର୍ଗର ଶିକ୍ଷକ ୧୩/୦୩/୧୯ ଅପରାହ୍ନରେ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦାନ କଲେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ତା ୯ ମାସ ପରେ ବି ଦାୟିତ୍ଵ ଦେଇ ନାହାଁନ୍ତି। ଏ ବିଷୟରେ ୩ୟ ବର୍ଗର ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ ବହୁ ବାର ମୌଖିକ ଓ ଦୁଇ ଥର ଲିଖିତ ଭାବରେ ଜଣାଇଲେ ବି ଶିକ୍ଷା ଅଧିକାରିଣୀ ରାଜ୍ୟଶ୍ରୀ ସାହୁ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ୯ ମାସ ଧରି ସରକାରୀ ନିୟମକୁ ଫୁ କରି ଚାଲିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କିପରି ପ୍ରତି ମାସରେ ଦରମା ପ୍ରଦାନ କରାଯାଉଛି, ତାକୁ ନେଇ ଯୋର ଆଲୋଚନା ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories