www.samajalive.in
Saturday, December 6, 2025
26.1 C
Bhubaneswar

ବାପାର ଗୋଇଠା ମାଡରେ ଶିଶୁକନ୍ୟା ମୃତ, ସ୍ବାମୀ ନାମରେ ସ୍ତ୍ରୀ କଲା ଅଭିଯୋଗ

ଟିଟଲାଗଡ଼: ବାପାର ଗୋଇଠା ମାଡରେ ଏକ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁର ମା’ ନିଜ ସ୍ବାମୀ ନାମରେ ଟିଟିଲାଗଡ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ମନିଗାଁରେ ଘଟିଛି। ଅଭିଯୁକ୍ତ ବାପା ନାମ ହେଲା ପ୍ରଦୀପ ବାଗ(୩୦)।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ବାଗ କିଛି ଦିନ ପୂର୍ବେ ସେହି ଗ୍ରାମର ସସ୍ମିତାଙ୍କୁ ବିବାହ କରିଥିଲା। ଉଭୟଙ୍କ ମଧ୍ୟରେ ସର୍ବଦା କଳି ଝଗଡା ଲାଗି ରହୁଥିଲା। ଅକ୍ଟୋବର ୧୮ ତାରିଖରେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା। ଗତ ରବିବାର ସନ୍ଧ୍ୟାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସସ୍ମିତା ଝିଅକୁ ଧରି ଶୋଇଥିବା ବେଳେ ପ୍ରଦୀପ ତାକୁ ଗୋଇଠା ମାରିଥିଲା। କିନ୍ତୁ ସସ୍ମିତା ଦେହରେ ବାଜିବା ପରିବର୍ତ୍ତେ ଶିଶୁକନ୍ୟା ଦେହରେ ବାଜିଥିଲା। ଫଳରେ ଝିଅଟି ଛିଟିକି ପଡିଥିଲା। ରାଗ ଶାନ୍ତ ପରେ ପ୍ରଦୀପ ଝିଅକୁ ଡାକ୍ତରଖାନା ନେଇଥିଲା କିନ୍ତୁ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories