www.samajalive.in
Monday, December 15, 2025
26.1 C
Bhubaneswar

ହାତୀ ଆକ୍ରମଣରେ ଜଣେ ମୃତ, ତିନି ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଧଉଳିମୁହଁ ପଂଚାୟତ ରାମଚଣ୍ଡୀ ଗ୍ରାମରେ ଶନିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ମଞ୍ଜୁଲାତା ବେହେରା (୫୦)। ସେହିପରି ତିନି ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଉଛନ୍ତି ସଶ୍ମିତା ଭାରିମଲ(୫୫),ମମତା ଭାରିମଲ(୩୦ )ଓ ନିତ୍ୟାନନ୍ଦ ବେହେରା (୪୫)। ଆହତ ମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲା ସଦରମହକୁମା ଗୋପବନ୍ଧୁ ଚିକିତ୍ସାଳୟକୁ ଅଣାଯାଇଥିଲା। ସସ୍ମିତା ଭାରିମଲ(୫୫),ମମତା ଭାରିମଲ(୩୦ )ଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମସ୍ କୁ ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ସଦରଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବନବିଭାଗ ଅଧିକାରୀ ମାନେ ଖୋର୍ଦ୍ଧା ଡାକ୍ତରଖାନା ଆସି ଆହାତଙ୍କୁ ଭେଟିବା ସହ ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି। ସରକାରଙ୍କ ନିୟମ ଅନୁଯାଇ ମୃତ ମହିଳାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିପରି ଆହତ ମାନଙ୍କ ଖର୍ଚ୍ଚ ସରକାର ବହନ କରିବେ ବୋଲି ଖୋର୍ଦ୍ଧା ରେଞ୍ଜର ଅତିତି ମିଶ୍ର ସୂଚନା ଦେଇଛନ୍ତି। ଆକ୍ରମଣ କରିଥିବା ଦନ୍ତା ହାତୀଟି ବହୁ ମଣିଷଙ୍କୁ ଆକ୍ରମଣ କଲାଣି। ଗତ ଦୁଇମାସ ମଧ୍ୟରେ ଟାଙ୍ଗୀ ରେଞ୍ଜରେ ୩ ଜଣଙ୍କୁ ଜୀବନରେ ମାରିଥିବା ଏବଂ ଅନେକକୁ ଆହତ କରିଥିବା ଦନ୍ତା ଏବେ ଖୋର୍ଦ୍ଧା ରେଞ୍ଜରେ ପହଁଚିଛି। ଉକ୍ତ ଦନ୍ତାଟି ହାତୀପଲଙ୍କ ଠାରୁ ଅଲଗା ହୋଇ ଏଣେ ତେଣେ ବୁଲୁଛି। ଚନ୍ଦକାରୁ ଘୁମୁସର ଜଙ୍ଗଲକୁ ଗଲାବେଳେ ୩୦ଟି ହାତୀ ଟାଙ୍ଗୀ ରେଞ୍ଜ ଅଂଚଳରେ ରହି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ହାତୀପଲ ପଟିଆ ଜଙ୍ଗଲକୁ ପଳାଇଥିବା ଜଣାପଡିଛି। ଗୋଟିଏ ଦନ୍ତା ଭୁଷଣ୍ଡପୁର ଫରେଷ୍ଟ ଏରିଆରେ ଦନ୍ତା ବ୍ୟାପକ କ୍ଷୟକ୍ଷତି କରିବା ପରେ ଏବେ ଖୋର୍ଦ୍ଧା ରେଞ୍ଜ ଅଂଚଳର ରାମଚଣ୍ଡୀ ନିକଟ କାଜୁ ଜଙ୍ଗଲରେ ରହିଛି। ପୂର୍ବରୁ ଖୋର୍ଦ୍ଧା ରେଞ୍ଜରେ ଦୁଇଟି ହାତୀ ଥିବା ବେଳେ ଦନ୍ତାକୁ ମିଶାଇ ଖୋର୍ଦ୍ଧା ରେଞ୍ଜରେ ହାତୀ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ମଣିଷ ଉପରେ ଆକ୍ରମଣ କରୁଥିବା ଦନ୍ତାକୁ ନେଇ ସନ୍ଧ୍ୟାହେଲେ ଭାଳେଣି ପଡୁଛି। ଦନ୍ତା ବାରମ୍ବାର ମଣିଷଙ୍କୁ ଆକ୍ରମଣ କରୁଥିବା ବେଳେ ତାକୁ ଜଙ୍ଗଲ ଛାଡିବା ବ୍ୟବସ୍ଥା ନ ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories