କଳାହାଣ୍ଡି (ବିକାଶ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ୍ ଅନ୍ତର୍ଗତ ଧାମନପୁର ପଞ୍ଚାୟତ ଜାମଗୁଡାବାହାଲ ଗ୍ରାମର ଵିଦେଶି ମଲିକ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଵିଦେଶି ଗୁରୁବାର ଜାଳେଣି କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସେ କାଠ ସଂଗ୍ରହ କରୁଥିବା ବେଳେ ଏକ ଜଙ୍ଗଲୀ ବାରହା ଅତର୍କିତ ଭାବରେ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା। ଆକ୍ରମଣରେ ଵିଦେଶି ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଅନ୍ୟ ମାନେ ଖବରପାଇ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
Popular Categories



