www.samajalive.in
Saturday, December 6, 2025
23.1 C
Bhubaneswar

ଯାତ୍ରାରେ ନୃଶଂସତା, ଜଣେ ଗିରଫ

ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ମଞ୍ଚରେ ନାଟକ ପରିବେଷଣ ସମୟରେ ନୃଶଂସତା ଦେଖିବାକୁ ମିଳିଥିଲା। କଳାକାରମାନେ ନାଟକକୁ ଜୀବନ୍ତ କରିବା ଲାଗି ସର୍ବସମ୍ମୁଖରେ ଜୀଅନ୍ତ ଘୁଷୁରିକୁ ମାରି ଖାଇଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସୋମବାର ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ନାଟକରେ ଏପରି ନୃଶଂସତା ପାଇଁ ଯାତ୍ରା ପରିଚାଳନା କମିଟିର ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହା ସହିତ ମଞ୍ଚରେ ଯେଉଁ କଳାକାରମାନେ ଜୀଅନ୍ତା ଘୁଷୁରିକୁ ମାରି ଖାଇଥିଲେ ସେମାନଙ୍କୁ ଧରିବା ଲାଗି ବନ ବିଭାଗ ଉଦ୍ୟମ ଚଳାଇଛି।

ଗତ ୨୫ ତାରିଖରେ ରାଳବ ଗ୍ରାମରେ କାଞ୍ଜିଅଁଳା ଯାତ୍ରା ସମୟରେ ନାଟକ ପରିବେଷଣ କରାଯିବା ସମୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଚାରିଆଡୁ କଡ଼ା ନିନ୍ଦା କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories