www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ କ୍ୟାବିନେଟ୍‍ ବୈଠକ ; ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା

ଭୁବନେଶ୍ୱର : ଆଜି କ୍ୟାବିନେଟ୍‍ରେ ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଠିକା କର୍ମଚାରୀଙ୍କୁ ମିଳିଛି ପୂଜା ଭେଟି। ଏଣିକି ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦% ଦରମା ମିଳିବା ଏହାସହ ପୂର୍ବ ନିୟମାନୁସାରେ ୬ ବର୍ଷ ପରେ ନିୟମିତ ହେବେ। ପ୍ରଥମ ବର୍ଷରୁ ୫୦% ଅଧିକ ଦେବାକୁ ବାର୍ଷିକ ୨୫୦ କୋଟି ଖର୍ଚ୍ଚ ହେବ। ନିୟମିତ କର୍ମଚାରୀଙ୍କ ଭଳି ମେଡିକାଲ ଖର୍ଚ୍ଚ ଠିକା କର୍ମଚାରୀ ପାଇବେ। କ୍ୟାବିନେଟ୍‍ରେ ନିଷ୍ପତ୍ତି ନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବାକୁ ନିଷ୍ପତ୍ତି ହୋଇଛି।
ଆଜି ରାଜ୍ୟ କ୍ୟାବିନେଟ୍‍ ବୈଠକରେ ମୋଟ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୧୬ଟି ପ୍ରସ୍ତାବ ଯଥାକ୍ରମେ ଅର୍ଥ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିପରି ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ପଞ୍ଚାୟତିରାଜ,ଶ୍ରମ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଷୋଡଶ ବିଧାନସଭାର ସତ୍ରାବସାନକୁ ମଞ୍ଜୁରୀ ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories