www.samajalive.in
Saturday, December 6, 2025
19.1 C
Bhubaneswar

ଲଖିମପୁର ହିଂସା ପ୍ରତିବାଦରେ ଏକଦିବସୀୟ ମହାରାଷ୍ଟ୍ର ବନ୍ଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ୪ଜଣ କୃଷକଙ୍କ ହତ୍ୟା ପ୍ରତିବାଦରେ ସୋମବାର ମହାରାଷ୍ଟ୍ରରେ ଏକଦିବସୀୟ ବନ୍ଦ ପାଳନ କରାଯାଉଛି। ମହାରାଷ୍ଟ୍ର ରାଜ୍ୟର ଶାସକ ‘ମହାବିକାଶ ଆଘାଡୀ’ ମେଣ୍ଟରେ ଥିବା ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଚଳାଉଥିବା ଗାଡ଼ି ଚାପାରେ ସେ କୃଷକମାନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଗତ ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପ୍ରତି ଏପର୍ଯ୍ୟନ୍ତ ମିଶ୍ରିତ ପ୍ରତିକ୍ରିୟା ଦେଖା ଦେଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନେକ ଜିଲ୍ଲାରେ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି। ଆଞ୍ଚଳିକ ନଗର ସଙ୍ଗଠନଦ୍ୱାରା ପରିଚାଳିତ ସ୍ଥାନୀୟ ବସ୍‌ ପରିବହନ ସେବା ବନ୍ଦ ରହିଛି। କିନ୍ତୁ ‘ମୁମ୍ବାଇ ମେଟ୍ରୋପଲିଟାନ୍‌ ରିଜନ୍‌’ରେ ଆଞ୍ଚଳିକ ଟ୍ରେନ୍‌ ସେବା ସ୍ୱାଭାବିକ ଭାବେ ଚାଲିଛି।

- Advertisement -

ପୁଣେ-ବେଙ୍ଗାଲୁର୍‌ ଜାତୀୟ ରାଜପଥର କୋହ୍ଲାପୁରରେ ଶିବସେନା କର୍ମୀମାନେ ରାସ୍ତା ଅବରୋଧ କରି ପୁଲିସ ଦ୍ୱାରା ଅଟକ ଅଛନ୍ତି। ମୁମ୍ବଇର ଚେମ୍ବୁର୍‌ରେ ମଧ୍ୟ ଦଳୀୟ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ରାଜଭବନ ବାହାରେ କଂଗ୍ରେସ ମୌନ ବ୍ରତ ପାଳନ କରିଛି। ସୋଲାପୁରର ମେକାନିକ୍‌ ଚୌକ୍‌ରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରି ପୁଲିସ ଦ୍ୱାରା ଅଟକ ରହିଛନ୍ତି।

ଆଜିର ଏହି ପ୍ରତିବାଦକୁ ପୁଣେସ୍ଥିତ ପାଇକାରୀ ଏବଂ ଫଳ ବଜାରର ବ୍ୟବସାୟୀମାନେ ସମର୍ଥନ କରୁଛନ୍ତି। କିନ୍ତୁ ରାଜ୍ୟ ପରିବହନ ବସ୍‌ ସ୍ୱାଭାବିକ ଭାବେ ଚଳାଚଳ କରୁଛି। ଏହାବ୍ୟତୀତ ମୁମ୍ବଇର ଅନେକ ବଜାର ବନ୍ଦ ରହିଛି। ନଭି ମୁମ୍ବଇ ଓ ନାଶିକ ‘ଏଏମ୍‌ପିସି’ ମାର୍କେଟ୍‌ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଅଛି।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories