BJD Bijuli 480×75 Mob

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି,ଉପ-ରାଷ୍ଟ୍ରପତି ଅନ୍ୟ ବିଶିଷ୍ଟ ବ୍ୟକ୍ତି

BJD Bijuli 480×75 Mob

ନୂଆଦିଲ୍ଲୀ : ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ସମଗ୍ର ଦେଶ ତାଙ୍କ ସ୍ମୃତିଚାରଣ କରୁଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦିଲ୍ଲୀରେ ସଦୈବ ଅଟଳ ସ୍ମୃତି ସ୍ଥଳରେ ପ୍ରଧାନମନ୍ତ୍ରୀ ୭ଟା୩୦ରେ ପହଞ୍ଚି ସେଠାରେ ଆୟୋଜିତ ପ୍ରାର୍ଥନା ସଭାରେ ଯୋଗ ଦେବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏହାପରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସ୍ମୃତି ସ୍ଥଳ ନିକଟରେ ପୁଷ୍ପ ରଖି ପ୍ରଣାମ କରିଛନ୍ତି । ଏହାସହ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା , ବିଜେପି ସଭାପତି ଜେପି ନଡ୍ଡା, ସ୍ମୃତିସ୍ଥଳ ‘ସଦୈବ ଅଟଳ’ ପହଞ୍ଚି ତାଙ୍କୁ ପ୍ରଣାମ ଜଣାଇବା ସହ ମନେପକାଇଛନ୍ତି ।
୧୬ଅଗଷ୍ଟ ୨୦୧୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ହୋଇଥିଲା ।

Comments are closed.