www.samajalive.in
Saturday, December 13, 2025
21.1 C
Bhubaneswar

ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶକୁ ବ୍ୟାପିଲା ଓମିକ୍ରନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶକୁ ଛୁଇଁଛି କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ। ରବିବାର ମଧ୍ୟପ୍ରଦେଶରୁ ଜଣେ ଏବଂ ହିମାଚଳରୁ ଜଣେ ଓମିକ୍ରନ​‌େ​‌ର ଆକ୍ରାନ୍ତ ହୋଇଛନ୍ତି। ମଧ୍ୟପ୍ରଦେଶକୁ ବିଦେଶରୁ ଫେରିଥିବା ୮ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ବୋଲି ଜିନ୍ ଅନୁଶୀଳନ (ଜିନୋମ ସି‌େକ୍ବନ୍ସ)ରୁ ଜଣାପଡ଼ିଛି। ସେହିଭଳି ହିମାଚଳ ପ୍ରଦେଶରୁ ୧୦ଜଣଙ୍କ ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଥିବା ବେଳେ ଜଣେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହି ୨ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ନିକଟରେ ପହଞ୍ଚିଛି। ମଧ୍ୟପ୍ରଦେଶକୁ ବିଦେଶରୁ ଫେରିଥିବା ୮ଜଣଙ୍କ ମଧ୍ୟରୁ ୩ଜଣ ଆମେରିକା, ୨ଜଣ ବ୍ରିଟେନ ଏବଂ ତାଞ୍ଜାନିଆରୁ ଏବଂ ଜଣେ ଘାନାରୁ ଫେରିଥିଲେ। ସେହିଭଳି ହିମାଚଳରେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ମହିଳା ଜଣକ କାନାଡାରୁ ଫେରିଥିଲେ ବୋଲି ଜଣାପଡ଼ିଛି।

ରବିବାର ବ୍ରିଟେରୁ ଫେରିଥିବା ୪ଜଣ ଯାତ୍ରୀ କଲକାତା ବିମାନବନ୍ଦରରେ ଆରଟିପିସିଆର ପରୀକ୍ଷାରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ସଙ୍ଗରୋଧରେ ରଖାଯିବା ସହ ନମୁନାର ଜିନ୍ ଅନୁଶୀଳନ ପାଇଁ ପଠାଯାଇଛି। ଏହା ସହିତ ରବିବାର, ଆନ୍ଧ୍ରପ୍ରଦେଶରୁ ୨, ମହାରାଷ୍ଟ୍ରରୁ ୩୧, ହରିୟାଣାରୁ ଜଣେ ଓ ଚଣ୍ଡିଗଡରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -

ରବିବାର ମହାରାଷ୍ଟ୍ରରୁ ଆଉ ୩୧ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି। ସେହିପରି ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୧୬୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ମୁମ୍ବଇ ସହରରେ ୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ଅହମ୍ମଦ ନଗର ଜିଲାର ଏକ ନବୋଦୟ ବିଦ୍ୟାଳୟରେ ୪୮ଜଣ ଛାତ୍ରଛାତ୍ରୀଙ୍କ ସହିତ ମୋଟ ୫୧ଜଣ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର ସରକାର ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି। ଏହି ରାତ୍ରିକାଳୀନ କଟକଣାକୁ ନେଇ ଭକ୍ତଙ୍କ ପାଇଁ ଶିରିଡି ସାଇବାବାଙ୍କ ରାତ୍ରି ଦର୍ଶନ ବନ୍ଦ କରାଯାଇଛି। ଏ ନେଇ ଶିରିଡି ସାଇବାବା ସଂସ୍ଥାନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ରାତି ଓ ଭୋର ଆଳତୀ ସମୟରେ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ ନାହିଁ। ଓମିକ୍ରନ ଭୂତାଣୁ ଆଗମନ ପରେ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୨୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ନେଇ ଦିଲ୍ଲୀରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସାଧାରଣ ଆତଯାତ ଉପରେ କଟକଣା ଲାଗୁ କରିଛନ୍ତି। ଏହି ରାତ୍ରିକାଳୀନ କଟକଣା ସୋମବାର ଠାରୁ କାର୍ଯ୍ୟକାରୀ​‌ ହେବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories